ଟୋକିଓ: ଉଦ୍ଧତ ଉତ୍ତର କୋରିଆକୁ ସାବାଡ଼ କରିବା ଲାଗି ଜାପାନର ଯାବତୀୟ ସହଯୋଗ ପ୍ରତିଶ୍ରୁତି ହାସଲ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କର ଆଭିମୁଖ୍ୟକୁ ଆହୁରି କଡ଼ା କରିଛନ୍ତି। ଉତ୍ତର କୋରିଆ ପ୍ରତି ସାମରିକ ଧୈର୍ଯ୍ୟର ସୀମା ସରିଯାଇଛି। ତେଣୁ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କୁ ସୁଧାରିବା ଲାଗି ଆଉ ସୁଯୋଗ ନଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରମ୍ପ ଆଜି ପରୋକ୍ଷରେ ଇସାରା କରିିଛନ୍ତି। ଉତ୍ତର କୋରିଆର ଆଣବିକ ଦୁଃସାହସିକତାକୁ କାବୁ କରିବା ପାଇଁ ଆମେରିକା କୂଟନୈତିକ ସମାଧାନ ବ୍ୟତିରେକେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ପୂର୍ବରୁ କହିଆସିଥିବା ଟ୍ରମ୍ପ ସେମବାର କିମ୍ ଜଙ୍ଗ୍ ପ୍ରଶାସନକୁ ନୂଆ ଚେତାବନୀ ଦେଇଛନ୍ତି।
ଉତ୍ତର କୋରିଆର ଆଣବିକ ଅସ୍ତ୍ରଶସ୍ତ୍ର ଆହରଣ ଯୋଜନା ଶାନ୍ତିକାମୀ ସଭ୍ୟ ସମାଜ ତଥା ବିଶ୍ୱବ୍ୟାପୀ ସ୍ଥିରତା ପାଇଁ ବିପଦ ବୋଲି ଟ୍ରମ୍ପ ତାଙ୍କ ଏସିଆ ଗସ୍ତର ଦ୍ୱିତୀୟ ଦିନରେ କହିଛନ୍ତି। ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ଉତ୍ତର କୋରିଆ ଦେଇ ଚାଲିଥିବା ଧମକ ହିଁ ଏସିଆ ମହାଦେଶ ପ୍ରତି ଆହ୍ଵାନ ଆଣିଛି। ବିଶେଷ କରି ଦକ୍ଷିଣ କୋରିଆ ଓ ଜାପାନ ଏଥିରେ ଚିନ୍ତା ପ୍ରକଟ କରିବା ସ୍ୱାଭାବିକ। ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଟ୍ରମ୍ପ ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ଉତ୍ତର କୋରିଆ ସାମରିକ ଧୈର୍ଯ୍ୟଚ୍ୟୁତି ଘଟାଇଛି ବୋଲି କହିଛନ୍ତି। ତେଣୁ ତାହାର ଫଳ ଉତ୍ତର କୋରିଆ ଭୋଗିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଆବେ ମଧ୍ୟ ଉତ୍ତର କୋରିଆ ବିରୋଧରେ ଟ୍ରମ୍ପଙ୍କ ‘ଯାବତୀୟ ବିକଳ୍ପ ତୟାର’ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ନିକଟ ଅତୀତରେ ଜାପାନ ଆକାଶ ଦେଇ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଆବେ ଗମ୍ଭୀରତାର ସହ ନେଇ କିମ୍ ଜଙ୍ଗଙ୍କ ବିରୋଧରେ ଆମେରିକାର ସମସ୍ତ ପଦକ୍ଷେପକୁ ସମର୍ଥନ କରିଛନ୍ତି। ଏପରିକି ଉତ୍ତର କୋରିଆର ୩୫ଟି ସଂସ୍ଥାର ସମ୍ପତ୍ତିକୁ ଜାପାନ ଅଚଳ କରିଦେବ ବୋଲି ମଧ୍ୟ ଆବେ ଘୋଷଣା କରିଛନ୍ତି। ଉତ୍ତର କୋରିଆର ପରମାଣୁ ଅସ୍ତ୍ର ଧମକ ସାଙ୍ଗକୁ ଅତୀତରେ ଜାପାନୀଙ୍କୁ କରିଥିବା ଅପହରଣ ମାମଲାର ପ୍ରତିଶୋଧ ପାଇଁ ଆବେ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିିବା ଜଣାଯାଇଛି।
ସୂଚନା ଥାଉ କି, ସତୁରି ଓ ଅଶୀ ଦଶକରେ ଜାପାନର ସଂଖ୍ୟାଧିକ ସାଧାରଣ ନାଗରିକଙ୍କୁ ଉତ୍ତର କୋରିଆର ଦଲାଲ୍ମନେ ଅପହରଣ କରିନେଉଥିଲେ। ଜାପାନ ବିରୋଧରେ ଗୁପ୍ତଚର ବୃତ୍ତି କରିବା ଲାଗି ଅପହୃତ ଜାପାନୀଙ୍କ ଠାରୁ ଭାଷା ଓ ସଂସ୍କୃତି ଆହରଣ କରୁଥିଲେ।
ଟ୍ରମ୍ପ୍ଙ୍କ ଗସ୍ତ ବେଳେ ବିସ୍ଫୋରଣ ଧମକ
ଟୋକିଓ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କଡ଼ା ସୁରକ୍ଷା ବଳୟରେ ୧୧ ଦିନିଆ ଏସିଆ ଗସ୍ତରେ ଆସି ସମ୍ପ୍ରତି ଜାପାନରେ ଅବସ୍ଥାନ କରୁଛନ୍ତି। ତେବେ ଏହି ଅବସରରେ ଜାପାନ୍ର ପଶ୍ଚିମାଞ୍ଚଳର ଶିଗା ପ୍ରାନ୍ତରେ ଏକ ନୌକା କମ୍ପାନିକୁ ବିସ୍ଫୋରଣ ଧମକ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। କମ୍ପାନିର ଏକ ଯାତ୍ରୀ ଜାହାଜରେ ବିସ୍ଫୋରକ ଖଞ୍ଚାଯାଇଛି ଏବଂ ଏହା ମାତ୍ର ଘଣ୍ଟାଏ ଭିତରେ ଫୁଟିବ ବୋଲି କେହି ଜଣେ ଧମକ ଦେବାପରେ ପୁଲିସ ଉକ୍ତ ଜାହାଜରେ ବ୍ୟାପକ ତଲାସି କରିଥିଲା। ମାତ୍ର କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା। ତେବେ ସମସ୍ତ ୨୯୦ ଯାତ୍ରୀ ଏବଂ ଜାହାଜ କର୍ମୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସେହିପରି ହିରୋସିମାର ଅନ୍ୟ ଏକ ନୌକା କମ୍ପାନି ମଧ୍ୟ ସମାନ ଢଙ୍ଗରେ ବିସ୍ଫୋରଣ ଧମକ ପାଇଥିବା କହିଛି। ଉଲ୍ଲେଖ ଥାଉ କି, ସୁରକ୍ଷିତ ଦେଶ ଜାପାନ୍ରେ ବିସ୍ଫୋରଣ ଧମକ ସବୁଠୁ ବିରଳ। ଏଠାରେ କୌଣସି ବିସ୍ଫୋରଣ ହୋଇନାହିଁ କି ଏହି ମାମଲାରେ କେହି କେବେ ଗିରଫ ମଧ୍ୟ ହୋଇନାହାନ୍ତି।
ଉତ୍ତର କୋରିଆ ଧୈର୍ଯ୍ୟଚ୍ୟୁତି ଘଟାଇଛି
କିମ୍ ଜଙ୍ଗଙ୍କୁ ସାବାଡ଼ କରିବେ ଟ୍ରମ୍ପ-ଆବେ
/sambad/media/post_attachments/wp-content/uploads/2017/11/Trump-Abe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)