ଉତ୍ତର କୋରିଆ ପରମାଣୁ ପରୀକ୍ଷଣ ଟନେଲରେ ଦୁର୍ଘଟଣା: ପ୍ରାଣ ହରାଇଛନ୍ତି ୨୦୦ କର୍ମଚାରୀ

ଟୋକିଓ: ଉତ୍ତର କୋରିଆର ଏକ ପରମାଣୁ ବୋମା ପରୀକ୍ଷଣ ସ୍ଥଳରେ ଟନେଲ ଭୁଶୁଡି ପଡ଼ିବାରୁ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏକ ଜାପାନୀରେ ଗଣମାଧ୍ୟମ ଏହି ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ପୁଙ୍ଗି-ରିଠାରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ଗତ ସେପ୍‌ଟେମ୍ବର ୩ ତାରିଖରେ ଦେଶର ସବୁଠାରୁ ବଡ଼ ପରମାଣୁ ବୋମାର ପରୀକ୍ଷଣ କରାଯାଇଥିଲା। ଫୁଙ୍ଗି-ରିରେ ଏହାକୁ ମିଶାଇ ୬ଥର ବଡ଼ ଧରଣର ପରମାଣୁ ଅସ୍ତ୍ର ପରୀକ୍ଷଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ପରୀକ୍ଷଣର କିଛି ଦିନପରେ ଭୂଗର୍ଭରେ ତିଆରି ହୋଇଥିବା ଟନେଲଟି ଭୁଶୁଡି ପଡ଼ିଥିଲା। ଫଳରେ ଏଠାରେ କାର୍ଯ୍ୟରତ ୧୦୦ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ସମୟରେ ଜଣାପଡ଼ିଥିଲା କି ମୃତ୍ୟୁ ସଂଖ୍ୟା ୨୦୦ ଟପି ଯାଇଛି। ତେବେ ଉତ୍ତର-କୋରିଆ ସରକାର ଏହି ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଛନ୍ତି।

ପୁଙ୍ଗି-ରି ଦୁର୍ଘଟଣା ପାରିପାର୍ଶ୍ୱିକ ସ୍ଥାନ ଲାଗି ବିପଦ ସୃଷ୍ଟି କରିବ ବୋଲି ଦାବି କରିଛନ୍ତି ବିଶେଷଜ୍ଞ। ଟନେଲ ଭୁଶୁଡିବା ଫଳରେ ଆଣବିକ ରଶ୍ମୀ ବିକିରଣ ହେବା ସହ ନିକଟରେ ଥିବା ପାହାଡ-ପର୍ବତ ଭୂସ୍ଖଳନ ଯୋଗୁଁ ଭାଙ୍ଗି ପଡ଼ିବା ଆଶଙ୍କା ରହିଛି। ଏହି ପରମାଣୁ ଅସ୍ତ୍ର ପରୀକ୍ଷଣ ସ୍ଥଳଟି ଚାଇନା ସୀମାର ନିକଟବର୍ତ୍ତୀ ହୋଇଥିବାରୁ ଏଠାରୁ ଆଣବିକ ବିକିରଣ ହେଲେ ଚାଇନାର ଅଧିବାସୀ ଆକ୍ରାନ୍ତ ହେବାର ଆଶଙ୍କା ଦେଖା ଦେଇଛି।

ଉତ୍ତର କୋରିଆର ବିଭିନ୍ନ େଓ୍ଵବସାଇଟରେ ପ୍ରକାଶିତ ଫଟୋ ଓ ରିପୋର୍ଟ ଅନୁସାରେ ୬ଷ୍ଠ ତଥା ସର୍ବ ବୃହତ ପରମାଣୁ ଅସ୍ତ୍ର ପରୀକ୍ଷଣ ପରେ ପୁଙ୍ଗି-ରି ଅଞ୍ଚଳରେ ଭୌଗଳିକ ପରିବର୍ତ୍ତନ ଆସିଛି। କେତେକ ସ୍ଥାନରେ ଭୂସ୍ଖଳନ ଘଟିଥିବା ବେଳେ ଆଉ କେତେକ ସ୍ଥାନରେ ଭୂମି ବେଲୁନ୍‌ ପରି ଫୁଲିଯାଇଛି।

ସମ୍ବନ୍ଧିତ ଖବର