ସିଓଲ୍: ନିକଟ ଅତୀତରେ ରାଜଧାନୀ ପିୟୋଙ୍ଗ୍ୟାଙ୍ଗ୍ର ଏକ ରକେଟ୍ ନିର୍ମାଣ ସଂସ୍ଥାନରୁ କେତେକଗୁଡ଼ିଏ ଉତ୍ତର କୋରୀୟ କ୍ଷେପଣାସ୍ତ୍ର ସ୍ଥାନାନ୍ତର କରାଯାଉଥିବା ଦେଖା ଯାଇଛି ବୋଲି ଦକ୍ଷିଣ କୋରିଆର କୋରିଆନ୍ ବ୍ରୋଡ୍କାଷ୍ଟିଂ ସିଷ୍ଟମ୍ (କେବିଏସ୍) ବିଳମ୍ବିତ ଶୁକ୍ରବାର ରିପୋର୍ଟ କରିଛି। ଉତ୍ତର କୋରିଆ ଆହୁରି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ କରୁଛି ବୋଲି ତା’ର ଏହି କାର୍ଯ୍ୟଳାପରୁ ଅନୁମାନ କରାଯାଉଛି।
ପିୟୋଙ୍ଗ୍ୟାଙ୍ଗ୍ର ଉତ୍ତର ଭାଗସ୍ଥିତ ସାନୁମ୍-ଡଙ୍ଗ୍ଠାରେ ଥିବା ଉତ୍ତର କୋରିଆର ମିସାଇଲ୍ ରିସର୍ଚ ଆଣ୍ଡ୍ ଡେଭେଲପ୍ମେଣ୍ଟ୍ ଫ୍ୟାସିଲିଟିରୁ କ୍ଷେପଣାସ୍ତ୍ରଗୁଡ଼ିକ ପରିବହନ କରାଯାଉଥିବା ଦକ୍ଷିଣ କୋରିଆ ଏବଂ ଆମେରିକୀୟ ଗୁଇନ୍ଦା ଅଧିକାରୀମାନେ ଠାବ କରିଛି ବୋଲି ଏକ ଅନାମିତ ଗୁଇନ୍ଦାର ସୂତ୍ରରୁ ଉଦ୍ଧାର କରି ରିପୋର୍ଟରେ କୁହାଯାଇଛି।
କ୍ଷେପଣାସ୍ତ୍ରଗୁଡ଼ିକ କେତେବେଳେ କିଂବା କେଉଁଆଡ଼କୁ ସ୍ଥାନାନ୍ତର କରାଯାଇଛି ତାହା ଏହି ରିପୋର୍ଟ ପ୍ରକାଶ କରିନାହିଁ।
ଏହି କ୍ଷପଣାସ୍ତ୍ରଗୁଡ଼ିକ ଇଣ୍ଟର୍ମେଡିଏଟ୍ ରେଞ୍ଜ୍ ହ୍ଵାସଙ୍ଗ୍- ଟେ୍ଵଲ୍ଭ୍ କିଂବା ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ହ୍ଵାସଙ୍ଗ୍-ଫର୍ଟିନ୍ ହୋଇପାରେ ବୋଲି ରିପୋର୍ଟ କହିଛି। ଅବଶ୍ୟ ସାନୁମ୍-ଡଙ୍ଗ୍ସ୍ଥିତ କ୍ଷେପଣାସ୍ତ୍ର କାରଖାନାରେ କେବଳ ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ତିଆରି କରେ।
ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଉଲ୍ଲେଖ କରାଯାଇଥିବା ଅଞ୍ଚଳରେ ଏହା ଏକ ଅସ୍ୱାଭାବିକ କାର୍ଯ୍ୟକଳାପ କି, ନାହିଁ ସେ ରିପୋର୍ଟ ନିଶ୍ଚିତ କରିନାହିଁ।
ଅକ୍ଟୋବର ୧୦ ତାରିଖ କମ୍ୟୁନିଷ୍ଟ୍ ପାର୍ଟିର ପ୍ରତିଷ୍ଠା ବାର୍ଷିକୀ କିଂବା ଅକ୍ଟୋବର ୧୮ ତାରିଖ ଦିନ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି କଂଗ୍ରେସ ଆୟୋଜନ କରୁଥିବା ଅବକାଶରେ ଉତ୍ତର କୋରିଆ ଅଧିକ ଉତ୍ତେଜକ କାର୍ଯ୍ୟକଳାପ କରିପାରେ ବୋଲି ଦକ୍ଷିଣ କୋରୀୟ ଅଧିକାରୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
କୋରୀୟ ଉପଦ୍ୱୀପରେ ଉତ୍ତେଜନା ଉତ୍ତୁଙ୍ଗରେ ଥିବାବେଳେ ନିକଟ ଅତୀତରେ ଦକ୍ଷିଣ କୋରିଆରେ ଦକ୍ଷିଣ କୋରିଆ ଏବଂ ଆମେରିକୀୟ ଫୋର୍ସ ସେମାନଙ୍କ ସ୍ୱଳ୍ପ ଦୂରଗାମୀ ଏୟାର୍ ଡିଫେନସ୍ ତାଲିମ୍ ଅଭ୍ୟାସ ଶେଷ କରିଛନ୍ତି ବୋଲି ଶୁକ୍ରବାର ଦିନ ୟୁଏସ୍ ପେସିଫିକ୍ କମାଣ୍ଡ୍ ଏକ ବକ୍ତବ୍ୟ ରିଲିଜ୍ କରିଛି।
ବକ୍ତବ୍ୟ ଅଭ୍ୟାସର ତାରିଖ ଉଲ୍ଲେଖ ନ ଥିଲେ ମଧ୍ୟ ଆଗାମୀ କେତେ ସପ୍ତାହ ପରେ ପରବର୍ତ୍ତୀ ତାଲିମ ଅଭ୍ୟାସର ପର୍ଯ୍ୟାୟ ଆରମ୍ଭ ହେବ ବୋଲି କହିଛି। ଇତିମଧ୍ୟରେ ଉଭୟ ଦେଶର ସେନା ନିଜ ନିଜର ସାମର୍ଥ୍ୟ ବିଷୟ ଅଧିକ ପରିଚିତ ହୋଇସାରିଛନ୍ତି।