ଯୁକ୍ତରାଷ୍ଟ୍ର ଆମେରିକା ସହ ଶିଖର ବୈଠକ ରଦ୍ଦ କରିବାକୁ ଉତ୍ତର କୋରିଆର ଧମକ

ସିଓଲ: ଉତ୍ତର କୋରିଆ ତା’ର ପାରମାଣବିକ କାର୍ଯ୍ୟକ୍ରମ ପରିତ୍ୟାଗ କରୁ ବୋଲି ଯଦି ଓ୍ଵାସିଂଟନ୍‌ ଏକତରଫା ଭାବେ ଦାବି କରେ ତେବେ ଯୁକ୍ତରାଷ୍ଟ୍ର ଆମେରିକା ସହ ଶିଖର ବୈଠକରେ ବସିବା କଥାର ପୁନର୍ବିଚାର କରିବ ଉତ୍ତର କୋରିଆ। ଏକଥା ବୁଧବାର ଦିନି ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି।

ବୈଦେଶିକ ବ୍ୟାପାରର ପ୍ରଥମ ଉପମନ୍ତ୍ରୀ କିମ୍‌ କିୟେ ଗ୍ଵାନ୍‌ଙ୍କ କଥାକୁ ଉଦ୍ଧାର କରି ଉତ୍ତର କୋରିଆର କେନ୍ଦ୍ରୀୟ ଏଜେନ୍‌ସି ଆହୁରି କହିଛି କି, ଯଦି ଓ୍ଵାସିଂଟନ୍‌ ଉତ୍ତର କୋରିଆକୁ ଲିବିୟା ଭଳି ପାରମାଣବିକ ନିରସ୍ତ୍ରୀକରଣ କଥା କହୁଥାଏ ତେବେ ଯୁକ୍ତରାଷ୍ଟ୍ର ଆମେରିକା-ଉତ୍ତର କୋରିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଶିଖର ବୈଠକ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ଭାଗ୍ୟ ସ୍ପଷ୍ଟ ହୋଇଯିବ।

ପୂର୍ବତନ ରାଷ୍ଟ୍ରପତିମାନଙ୍କ ପଦାଙ୍କ ଅନୁସରଣ କଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜଣେ ବିଫଳ ରାଷ୍ଟ୍ରପତି ହେବେ ବୋଲି ଏହି ବକ୍ତବ୍ୟରେ କୁହାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସମରାଭ୍ୟାସକୁ ପିୟୋଗ୍ୟାଙ୍ଗ୍‌ ଅଗ୍ରାହ୍ୟ କରିବା ଏବଂ ସିଓଲ୍‌ ସହ ଉଚ୍ଚସ୍ତରୀୟ କଥାବାର୍ତ୍ତା ପ୍ରତ୍ୟାହାର କରିବା ପରେ ଏ ଭଳି କଥା ଉଠିଛି।

ମ୍ୟାକ୍ସ୍‍ ଥଣ୍ଡର୍‌ ବାୟୁସେନା ଲଢ଼େଇରେ ଆମେରିକାର ଅଦୃଶ୍ୟ ଲଢୁଆ ବିମାନ ଏବଂ ବି-୫୨ ବୋମାବର୍ଷଣକାରୀ ବିମାନ ସାମିଲ ହୋଇଥିବାରୁ ଉତ୍ତର କୋରିଆ ଜଣେ ଅଧିକାରୀ କ୍ରୋଧ ପ୍ରକଟ କରିଛନ୍ତି। ଏହା ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ହୋଇ ଆସୁଥିବା ବନ୍ଧନ ନଷ୍ଟ କରୁଛି ବୋଲି ସେ କହିଛନ୍ତି।

ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ମ୍ୟାକ୍ସ୍‍ ଥଣ୍ଡର୍‌ ଅଭ୍ୟାସର ଲକ୍ଷ୍ୟ ପାଇଲଟ୍‌ମାନଙ୍କର ସମାର୍ଥ୍ୟ ବଢ଼ାଇବା, କୌଣସି ତୃତୀୟ ପକ୍ଷ ଉପରେ ଆକ୍ରମଣ କରିବାକୁ ନୁହେଁ।

ଯଦି ଜୁନ୍‌ ୧୨ ତାରିଖ ଦିନ ସିଙ୍ଗାପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଶିଖର ବୈଠକ ଯଦି ରଦ୍ଦ ହୋଇଯାଏ ତେବେ ଏହା ଟ୍ରମ୍ପ୍‌ଙ୍କ କୂଟନୈତିକ ଉଦ୍ୟମ ଦାରୁଣ ବିପର୍ଯ୍ୟୟ ହେବ।

ସମ୍ବନ୍ଧିତ ଖବର