ନୂଆଦିଲ୍ଲୀ : ଜାତିସଙ୍ଗ ଓ ବିଶ୍ବର ଅଧିକାଂଶ ଦେଶର କଟକଣା ସତ୍ତ୍ବେ ଉତ୍ତରକୋରିଆ ନିଜର ସାମରିକ ପ୍ରଯୁକ୍ତିକୁ ଉନ୍ନତ କରିଚାଲିଛି । କ୍ଷେପଣାସ୍ତ୍ର ପ୍ରଯୁକ୍ତିରେ ସଫଳତା ହାସଲ କରିବା ପରେ ଏହି ଦେଶ ଏବେ ଗୁପ୍ତଚର ଉପଗ୍ରହ ବା ସ୍ପାଏ ସାଟେଲାଇଟ୍ ଛାଡ଼ିବାକୁ ଗବେଷଣା ଚଳାଇଛି । ଏହାର ପ୍ରଥମ ପର୍ଯ୍ୟାୟସ୍ବରୂପ ଉତ୍ତର କୋରିଆ ପକ୍ଷରୁ ସୋମବାରଦିନ ପରୀକ୍ଷାମୂଳକଭାବେ ଏକ ସାଟେଲାଇଟ୍ ମହାକାଶକୁ ଛଡ଼ାଯାଇଛି । ଏହା ପରେ ନିଜର ପ୍ରଥମ ଗୁପ୍ତଚର ସାଟେଲାଇଟ୍ ଛାଡ଼ିବାକୁ ପ୍ରସ୍ତୁତି କରୁଛି ଏହି ଦେଶ ।

Advertisment

ମହାକାଶରେ ଗୁପ୍ତଚର ଉପଗ୍ରହ ସ୍ଥାପନ କରିବାରେ ସଫଳ ହେଲେ ଉତ୍ତରକୋରିଆର ସାମରିକ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ରବିବାର ପଠାଇଥିବା ଉପଗ୍ରହରୁ ଫଟୋ ଉତ୍ତୋଳନା କରାଯାଇଥିବା ଉତ୍ତରକୋରିଆ ଦାବି କରିଛି । ଉତ୍ତରକୋରିଆର ସରକାରୀ ନ୍ୟୁଜ ଏଜେନ୍ସି କେସିଏନଏ ପକ୍ଷରୁ ଦୁଇଟି କଳାଧଳା ଫଟୋ ଜାରି କରାଯାଇଛି । ଗୋଟିକରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲର ଦୃଶ୍ୟ ଦେଖାଯାଉଥିବାବେଳେ ଅନ୍ୟଟିରେ ଅନ୍ୟ ଏକ ସହର ଇଞ୍ଚିଅନକୁ ଦେଖାଯାଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ନିଜର ଗୁପ୍ତଚର ସାଟେଲାଇଟକୁ ନିଜର ଶତ୍ରୁ ଦେଶ ( ଦକ୍ଷିଣ କୋରିଆ, ଜାପାନ ଓ ଆମେରିକା) ଉପରେ ନଜର ରଖିବାକୁ ବ୍ୟବହାର କରିବ ।

ତେବେ ଏ ସଂପର୍କରେ ଦକ୍ଷିଣ କୋରିଆ କିମ୍ବା ଆମେରିକାର ପ୍ରତିକ୍ରିୟା ଜଣାପଡ଼ିନାହିଁ ।