ନୂଆ ରେଂଜ୍‌ର କ୍ଷେପଣାସ୍ତ୍ର ତିଆରି କରୁଛି ଉତ୍ତର କୋରିଆ

ଓ୍ଵାସିଂଟନ୍‌ : ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ଏବଂ କୋରିଆ ଉପଦ୍ୱୀପକୁ ପରମାଣୁ ମୁକ୍ତ କରିବା ଦିଗରେ କାର୍ଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଇଥିବା ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ତାଙ୍କ ପ୍ରତିଶ୍ରୁତି ଠିକ୍‌ ଭାବେ ପାଳନ କରିନାହାନ୍ତି। ଏବେ ଉତ୍ତର କୋରିଆ ଏକ ନୂଆ ରେଂଜ୍‌ର କ୍ଷେପଣାସ୍ତ୍ର ତିଆରି କରୁଛି। ଯେଉଁ କାରଖାନାରେ ଉତ୍ତର କୋରିଆ ଏହାର ପ୍ରଥମ ଆଇସିବିଏମ୍‌ (ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର) ନିର୍ମାଣ କରିଥିଲା ସେଠାରେ ହିଁ ଏହି କ୍ଷେପଣାସ୍ତ୍ର ତିଆରି ହେଉଥିବା ଆମେରିକା ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି। ଏନେଇ ବଳିଷ୍ଠ ପ୍ରମାଣ ମଧ୍ୟ ରହିଥିବା ଆମେରିକା କହିଛି। ଜୁଲାଇ ୨୦ରୁ ୨୨ ତାରିଖ ମଧ୍ୟରେ ନିଆଯାଇଥିବା କିଛି ଫଟୋରୁ ଜଣାପଡ଼ୁଛି ଯେ ଅତି କମ୍‌ରେ ଗୋଟିଏ କିମ୍ବା ଦୁଇଟି ଆଇସିବିଏମ୍‌ ନିର୍ମାଣ କାର୍ଯ୍ୟ ଜାରି ରହିଛି

ସମ୍ବନ୍ଧିତ ଖବର