ପରବର୍ତ୍ତୀ ଦୁଇ ଅଲିମ୍ପିକ୍ସ୍‍ ଖେଳରେ ଭାଗ ନେବ ଉତ୍ତର କୋରିଆ: ଆଇଓସି ମୁଖ୍ୟ

ବେଜିଙ୍ଗ୍‌: ଜାପାନ ଏବଂ ଚୀନ୍‌ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଦୁଇ ଅଲିମ୍ପିକ୍ସ୍‍ ଖେଳରେ ଉତ୍ତର କୋରିଆ ଅଂଶ ଗ୍ରହଣ କରିବ ବୋଲି ଇଣ୍ଟର୍‌ନେସ୍‌ନାଲ୍‌ ଅଲିମ୍ପିକ୍‌ କମିଟିର ଅଧ୍ୟକ୍ଷ ଟୋମାସ୍‌ ବାସ୍‌ ଶନିବାର ଦିନ ପ୍ୟୋଙ୍ଗ୍ୟାଙ୍ଗ୍‌ ଠାରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ଭେଟିବା ପରେ କହିଛନ୍ତି।

ଗୁରୁବାର ଦିନ ପ୍ୟୋଙ୍ଗ୍ୟାଙ୍ଗ୍‌ ଆସିଥିବା ବାସ୍‌ ଫେରିବା ବେଳେ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଉତ୍ତର କୋରିଆ ୨୦୨୦ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ସମର୍‌ ଗେମ୍‌ସ୍‌ ଏବଂ ୨୨୨୨ରେ ବେଜିଙ୍ଗ୍‌ରେ ଅନୁଷ୍ଠିତ ହେବାକୁ ଥିବା ଓ୍ଵିଣ୍ଟର୍‌ ଗେମ୍‌ସ୍‌ରେ ଭାଗ ନେବ।
ବାସ୍‌ କହନ୍ତି: ଗତକାଲି ମନଖୋଲା ଏବଂ ସଫଳ ଆଲୋଚନା ସମୟରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା ଏଥିପାଇଁ ପୂର୍ଣ୍ଣ ଏବଂ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଟୋକିଓ ଏବଂ ବେଜିଙ୍ଗ୍‌ ପାଇଁ ଜଏଣ୍ଟ୍‌ ପୋଟେନ୍‌ସିଆଲ୍‌ ମାର୍ଚ କିଂବା ଅନ୍ୟ କିଛି ଜଏଣ୍ଟ୍‌ ଆକ୍ଟିଭିଟି ପାଇଁ ଠିକଣା ସମୟରେ ଆଇ ଓ ସି ପ୍ରସ୍ତାବ ଦେବ।

ଉତ୍ତର କୋରିଆର ରାଷ୍ଟ୍ରାୟତ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି କହିଛି ଯେ ଫେବ୍ରୁଆରି ମାସରେ ପାଏଙ୍ଗ୍‌ଚାଙ୍ଗ୍‌ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ସମ୍ଭବ କରାଇ ଥିବାରୁ କିମ୍‌ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାକୁ ଆସିଥିଲେ ବାସ୍‌। ଏହି ଖେଳକୁ ପ୍ରତିକାତ୍ମକ ଶାନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର