ତାମିଲନାଡୁର ଆଣବିକ ଶକ୍ତି କାରଖାନା ଓ ଶୀର୍ଷ ସ୍ତରୀୟ ବୈଜ୍ଞାନିକଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ: ଦକ୍ଷିଣ କୋରିଅ ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଳୀ: ଦକ୍ଷିଣ କୋରିଆର ଏକ ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ତାମିଲନାଡୁର କୁଦନକୁଲମରେ ଥିବା ଆଣବିକ ଶକ୍ତି କେନ୍ଦ୍ର ଏବଂ କେନ୍ଦ୍ର କର୍ମଚାରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିପାରେ। ଇସୁ ମେକର୍ସ ଲ୍ୟାବ(ଆଇଏମ୍‌ଏଲ୍‌) ପକ୍ଷରୁ ବି ଦାବି ହୋଇଛି ଯେ କିଛି ଉତ୍ତର କୋରିଆନ୍‌ ହାକର୍ସ ଭାରତର କିଛି ଶୀର୍ଷ ସ୍ତରୀୟ ଆଣବିକ ବୈଜ୍ଞାନିକଙ୍କୁ ବି ଟାର୍ଗେଟ କରିଛନ୍ତି। ଏହି ଶୀର୍ଷ ସ୍ତରୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ପୂର୍ବତନ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ଅନୀଲ କୋକଡକର ଏବଂ ପରମାଣୁ ଶକ୍ତି ନିୟାମକ ବୋର୍ଡର ପୂର୍ବତନ ମୁଖ୍ୟ ଏସ୍‌ ଏ ଭରଦ୍ୱାଜ ଅଛନ୍ତି ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଏହି ଦୁଇ ପ୍ରମୁଖ ବ୍ୟକ୍ତିଙ୍କ ଜରିଆରେ ହ୍ୟାକର୍ସମାନେ ତଥ୍ୟ ହାତେଇବା ଯୋଜନାରେ ଅଛନ୍ତି।

ଗୁଇନ୍ଦା ସଂସ୍ଥା ପକ୍ଷରୁ ଆହୁରି ବି ଜାଣିବାକୁ ମିଳିଛି ଯେ ହ୍ୟାକର୍ସମାନଙ୍କ ଭିତରୁ ଜଣେ ଉତ୍ତର କୋରିଆର ନିଜସ୍ୱ ବ୍ରାଣ୍ଡ୍‌ର ଏକ କମ୍ପ୍ୟୁଟର ବାହାର କରି ତାହାକୁ କେବଳ ଉତ୍ତର କୋରିଆରେ ବ୍ୟବହାର କରୁଛି। ହ୍ୟାକର ଦ୍ୱାରା ବ୍ୟବହୃତ ଆଇପି ଉତ୍ତର କୋରିଆର ପିୟୋଙ୍ଗ୍‌ୟାଙ୍ଗ୍‌ର। ମାଲଓ୍ଵାର ଠାରୁ ମଧ୍ୟ ଏହା ଆହୁରି ସାଂଘାତିକ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର