ମେ ୧ ତାରିଖ ପରେ ପୁଣି ପଦାକୁ ବାହାରିଲେ ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍-ଉନ୍

ପିୟୋଙ୍ଗ୍ୟାଙ୍ଗ୍: ମେ ୧ ତାରିଖ ପରେ ପୁଣି ଥରେ ପଦାକୁ ବାହାରି ଏକ ସାମରିକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍-ଉନ୍। ଦେଶର ଆଣବିକ ଯୁଦ୍ଧ କ୍ଷମତା ଆହୁରି ବୃଦ୍ଧି କରିବାକୁ ନୂତନ ନୀତି ନିମନ୍ତେ ସେଣ୍ଟ୍ରାଲ୍ ମିଲିଟାରି କମିସନ୍ ଆୟୋଜନ କରିଥିବା ଆଲୋଚାନ ସଭାରେ କିମ୍ ଅଧ୍ୟକ୍ଷତା କରିଥିବା କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି ରବିବାର ଦିନ ରିପୋର୍ଟ କରିଛି।

କିନ୍ତୁ, ଏହି ବୈଠକରେ କେଉଁ ପ୍ରକାରର ଆଣବିକ ଅସ୍ତ୍ର ନୀତି କଥା ଆଲୋଚନା କରାଯାଇଥିଲା ସେ ସମ୍ପର୍କରେ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା କୁହାଯାଇଛି। କୋରିଆନ୍ ପିପୋଲ୍‌ସ୍ ଆର୍ମି କମାଣର ନିକ୍ଷେପ କ୍ଷମତା ବହୁଗୁଣ କରାଯିବ ବୋଲି ମଧ୍ୟରେ ଏଥିରେ ଆଲୋଚନା ହୋଇଛି।

Image Source: Zee News

ବୈଠକରେ ଆଲୋଚିତ ହୋଇଥିବା ସାମରିକ ନୀତି ସମ୍ପର୍କୀୟ ସାତଟି ଆଦେଶରେ କିମ୍ ସ୍ବାକ୍ଷର କରି‌ଥିଲେ। କିନ୍ତୁ, ଏ ବୈଠକ କେବେ ହୋଇଥିଲା ସେ ସମ୍ପର୍କରେ ‘କେସିଏନ୍ଏ’ କିଛି କହିନାହିଁ। ୟୋନ୍‌ହାପ୍ ନିଉଜ୍ ଏଜେନ୍ସି କହିଛି କି, କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଦିନକ ପରେ ସାଧାରଣତଃ ରାଷ୍ଟ୍ରାୟାତ ଗଣମାଧ୍ୟମ ରିପୋର୍ଟ କରେ।

 

ସମ୍ବନ୍ଧିତ ଖବର