ପତ୍ନୀଙ୍କ ସହ କସ୍ମେଟିକ୍ ଫାର୍ମ ପରିଦର୍ଶନ କଲେ ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍-ଉନ୍
ନୂଆଦିଲ୍ଲୀ: ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରମାନଙ୍କୁ ମୁକାବିଲା ଯୋଜନାରେ ଦିନ ବିତାଉଥିବା ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍-ଉନ୍ ସମୟ କାଢ଼ି ପିୟୋଙ୍ଗ୍ୟାଗ୍ଠାରେ ଏକ ପ୍ରସାଧନ ସାମଗ୍ରୀ କାରଖାନା ପରିଦର୍ଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦଳର ବରିଷ୍ଠ ନେତା ଏବଂ କ୍ୱଚିତ୍ ପଦାକୁ ଆସୁଥିବା ପତ୍ନୀ ରି- ସୋଲ୍-ଜୁ’ଙ୍କ ସହ ସେ ସଦ୍ୟ ନବୀକରଣ କରାଯାଇଥିବା କାରଖାନା ବୁଲିଥିବା କଥା ବିବିସି ରବିବାର ଦିନ ରିପୋର୍ଟ କରିଛି।
୧୪ ବର୍ଷ ତଳେ ସେ ସ୍ଥାନକୁ ତାଙ୍କର ପିତା ତଥା ପୂର୍ବଜ କିମ୍ ଜୋଙ୍ଗ୍-ଇଲ୍ ପରିଦର୍ଶନ କରିଥିଲେ।
ଆଣବିକ ଶସ୍ତ୍ରଧାରୀ ଉତ୍ତର କୋରିଆକୁ ତାଙ୍କ ଦେଶ କଦାପି ଗ୍ରହଣ କରିବ ନାହିଁ ବୋଲି ଆମେରିକୀୟ ପ୍ରତିରକ୍ଷା ସଚିବ ଜମ୍ ମ୍ୟାଟିସ୍ କହିବାର ଦିନକ ପରେ ଏହି ପରିଦର୍ଶନକୁ ରାଷ୍ଟ୍ରୀୟ ଗଣମାଧ୍ୟମ ପ୍ରସାରଣ କରିଥିଲା।
ଶନିବାର ଦିନ ସିଓଲ୍ ପରିଦର୍ଶ ସମୟରେ ମ୍ୟାଟିସ୍ କହିଥିଲେ ଯେ ଏ ପ୍ରକାର କୌଣସି ଅସ୍ତ୍ରର ଉପଯୋଗ ଭୀଷଣ ସାମରିକ ପ୍ରତ୍ୟୁତ୍ତରର ସାମନା କରିବ।
କ୍ରମାଗତ ଉତ୍ତର କୋରୀୟ କ୍ଷେପଣାସ୍ତ୍ର ଓ ଆଣବିକ ପରୀକ୍ଷଣ ଏବଂ କିମ୍ ଜୋଙ୍ଗ୍-ଉନ୍ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ମଧ୍ୟରେ ଉଚ୍ଚବାଚ ହେବା ଯୋଗୁଁ ଅନ୍ତରିପରେ ଉତ୍ତେଜନା ବୃଦ୍ଧି ପାଇଛି।
ଚିରାଚରିତ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ପରିବର୍ତ୍ତେ ସାବୁନ୍ ଏବଂ ସୌନ୍ଦର୍ଯ୍ୟ ସାମଗ୍ରୀ ଗହଣରେ ପୋଜ୍ ଦେଇ ଥିବାରୁ ତାଙ୍କର କାରଖାନା ପରିଦର୍ଶନ ଫଟୋ ଭିନ୍ନ ହୋଇଛି।
ସେ କମ୍ପାନିର ପ୍ରଶଂସା କରିବା ସହ ତା’ର ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ପ୍ରସାଧନ ସାମଗ୍ରୀ ବୋଲି କହିଥିଲେ।