କିମ୍ ଜଙ୍ଗ୍-ଉନ୍‌ଙ୍କୁ ବିଳାସୀ ଜୀବନ ବିତାଇବାରେ ସହାୟକ ହେଉଛି ଉତ୍ତର କୋରିଆର ଅବୈଧ ସ୍ମଗ୍‌ଲିଙ୍ଗ୍ ନେଟ୍‌ୱାର୍କ ‘ଅଫିସ୍ ୩୯’

ନୂଆଦିଲ୍ଲୀ: ଉତ୍ତର କୋରିଆର ଅବୈଧ ସ୍ମଗ୍‌ଲିଙ୍ଗ୍ ନେଟ୍‌ୱାର୍କ ‘ଅଫିସ୍ ଥାର୍ଟିନାଇନ୍’ ସାହାଯ୍ୟରେ କିମ୍ ଜଙ୍ଗ୍-ଉନ୍‌ଙ୍କୁ ବିଳାସୀ ଜୀବନ ବିତାଉଥିବା କଥା ଭଳି ଚମକପ୍ରଦ ଖବର ମିଳିଛି। ଦେଶର ରାଜଧାନୀରେ ସରକାରୀ ‌ଅଟ୍ଟାଳିକାରେ କିମ୍ ଅବୈଧ କାର୍ଯ୍ୟକଳାପ ଚଳାଉଛନ୍ତି। ରିପୋର୍ଟରେ ଅଭିଯୋଗ ହୋଇଛି ଯେ, ‘ଅଫିସ୍ ଥାର୍ଟିନାଇନ୍’ ବୋଲି କୁହାଯାଉଥିବା ଅଟ୍ଟାଳିକାରେ ନିଶା ଔଷଧ ତିଆରି ଓ ଚୋରାଚାଲାଣ, ଜାଲିଆତି, ସୁନା ଚୋରାଚାଲଣ, ଅସ୍ତ୍ରଶସ୍ତ୍ର ବ୍ୟବସାୟ ଏବଂ ଦାସ ଶ୍ରମିକ ପରିଚାଳନା ଓ ପ୍ରାୟୋଜନ ଭଳି କାର୍ଯ୍ୟକଳାପ କରାଯାଉଛି।

ଅବସରପ୍ରାପ୍ତ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ମି ସ୍ପେସାଲ୍ ଫୋର୍ସର କର୍ଣ୍ଣେଲ୍ ଏବଂ ଉତ୍ତର କୋରିଆ ବିଶେଷଜ୍ଞ ଡେଭିଡ୍ ମ୍ୟାକ୍ସୱେଲ୍‌ଙ୍କ ମତରେ, ସୌଖୀନ ସାମଗ୍ରୀ ଖରିଦ କରିବାରେ କିମ୍ ‌ବ୍ୟୟ କରୁଥିବା ସମସ୍ତ ଅର୍ଥ ‘ଅଫିସ୍ ଥାର୍ଟିନାଇନ୍’ରୁ ଆସୁଛି। ସେ ପ୍ରଶ୍ନ କରିଛନ୍ତି, କିମ୍ କେଉଁଠାରୁ ତାଙ୍କର ବ୍ରାଣ୍ଡି ‘କଗ୍‌ନାଗ୍‌ସ୍’, ମର୍ସିଡିଜ୍ କାର୍ ଏବଂ ରୋଲେକ୍ସ୍ ଘଣ୍ଟା ପାଉଛନ୍ତି ବୋଲି ଭାବୁଛନ୍ତି? କଟକଣା ଯୋଗୁଁ ଉତ୍ତର କୋରିଆକୁ ସଙ୍କୁଚିତ କରି ଦିଆଯାଇଥିବାରୁ ଏହି ଅନୁଷ୍ଠାନ ବିଶେଷଭାବେ ତାଙ୍କର ଉପକାରୀ ହୋଇପାରିଛି ବୋଲି ସେ କହିଛନ୍ତି।

Image Courtesy of CNN

ଜାସନ୍ ଲି ନାମକ ଜଣେ ଉତ୍ତର କୋରିଆ ତ୍ୟାଗୀ ‘ଦ ‌ପୋଷ୍ଟ୍‌’କୁ କହିଛନ୍ତି, କିମ୍ ଜଙ୍ଗ୍‌-ଉନ୍‌ଙ୍କ ପାଇଁ ସେଇଟା ଗୋଟାଏ ବ୍ୟାଙ୍କ୍ ଭଳି। କିନ୍ତୁ, ଅନୈତିକ କାର୍ଯ୍ୟକଳାପ ପ୍ରତି ଗତ କେତ ବର୍ଷ ହେବ ସେ ଆଉ ଟିକିଏ ହୁସିଆର ହୋଇଯାଇଛନ୍ତି। ଏହି ସଂସ୍ଥା ଖୁବ୍ ଅଧିକ ଧ୍ୟାନ ଆକର୍ଷଣ କରୁଥିବାରୁ ଦଳ ପ୍ରତି ଖରାପ ଦୃଷ୍ଟିର କାରଣ ହେଉଛି।

ପିୟୋଙ୍ଗ୍ୟାଙ୍ଗ୍‌ ଛାଡ଼ି ସିଓଲ୍ ଏବଂ ପରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲି ଆସିଥିବା ୩୫ ବର୍ଷିୟ ଲି’ ଏବଂ ତାଙ୍କ ବାପା ସିପିଙ୍ଗ୍ କମ୍ପାନି ଚଳାଉଥିବା ‘ଅଫିସ୍ ଥାର୍ଟିନାଇନ୍‌’ରେ ଏକ୍ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ।

ନ୍ୟୁୟର୍କର ପାର୍କ ଷ୍ଟ୍ରାଟେଜିସ୍‌ର ଜଣେ ଏସୀୟ ବିଶେଷଜ୍ଞ ସିନ୍ କିଙ୍ଗ୍ ବୁଝାଇ ପୋଷ୍ଟକୁ ବୁଝାଇ କହିଛନ୍ତି, ଦେଶର ନେତା ଭାବେ ଛଦ୍ମବେଶ ପକାଇଥିବା କିମ୍‌ମାନେ ହେଉଛନ୍ତି ଗୋଟାଏ ସଙ୍ଗଠିତ ଅପରାଧ ପରିବାର।

କେତେକ ରିପୋର୍ଟ ଅନୁସାରେ, କିମ୍ ‌ଜଙ୍ଗ୍ ଉନ୍‌ଙ୍କ ଭଉଣୀ କିମ୍ ୟୋ-ଜଙ୍ଗ୍‌ଙ୍କ ସ୍ବାମୀ ଚୋ ସଙ୍ଗ୍ ‘ରୁମ୍ ଥାର୍ଟିନାଇନ୍‌’ର କର୍ମଚାରୀ ବା ତାଙ୍କ ଶାଳକଙ୍କୁ ପହରା ଦେଉଥିବା ସାମରିକ ୟୁନିଟ୍‌ରେ ପାଇଁ କାମ କରୁଥାଇ ପାରନ୍ତି।

୧୯୭୪ରେ କିମ୍‌ଙ୍କ ଦିବଂଗତ ପିତା କି‌ମ୍‌ ‌ଜଙ୍ଗ୍-୧ଏଲ୍ ‘ଅଫିସ୍ ଥାର୍ଟିନାଇନ୍’ର ଶୁଭାରମ୍ଭ କରିଥିଲେ।

 

ସମ୍ବନ୍ଧିତ ଖବର