‘ଉଠିପଡ଼ନ୍ତୁ, ଆସିଗଲା ଆପଣଙ୍କ ଷ୍ଟେସନ’ ! ଶୋଇପଡ଼ିଥିଲେ ଏଣିକି ଉଠାଇବ ଟ୍ରେନ

ଜୟପୁର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି ଉତ୍ତର ପଶ୍ଚିମ ରେଲୱେ | ଟ୍ରେନ ଯାଉଥିବାବେଳେ ଯଦି ରାତିରେ କୌଣସି ଷ୍ଟେସନରେ ଓହ୍ଲାଇବାକୁ ଥାଏ, ଯାତ୍ରୀ ଶାନ୍ତିରେ ଶୋଇପାରିନଥାନ୍ତି | ବେଳେବେଳେ ଆଖି ଲାଗିଯାଇଥିବାରୁ ରାତିରେ ଯାତ୍ରୀ ଷ୍ଟେସନରେ ଓହ୍ଲାଇପାରିନଥାନ୍ତି | ଏବେ ଏହି ଟେନସନରୁ ମୁକ୍ତି ଦେବ ରେଳ ମନ୍ତ୍ରାଳୟ | କାରଣ ଯାତ୍ରୀଙ୍କୁ ନିଦରୁ ଉଠାଇବାକୁ ଖୋଦ ଦାୟିତ୍ୱ ନେଇଛି ଉତ୍ତର ପଶ୍ଚିମ ରେଲୱେ |

ମିଳିଥିବା ସୂଚନା ମୁତାବକ ଯାତ୍ରୀଙ୍କୁ ଏବେ ‘ୱେକ ଅଫ କଲ’ ବା ‘ଜାଗ୍ରତ ପାଇଁ ଫୋନଟିଏ’ ଭଳି ସୁବିଧା ଦେବା ଆରମ୍ଭ କରିଛି | ଅର୍ଥାତ ଯେଉଁ ଷ୍ଟେସନରେ ଯାତ୍ରୀଙ୍କୁ ଓହ୍ଲାଇବାକୁ ଥିବ, ଏହାର କିଛି ସମୟ ପୂର୍ବରୁ ପଂଜିକୃତ ନମ୍ବରକୁ ଫୋନ କଲଟିଏ ଆସିବ | ‘ଆପଣ ଉଠିଯାଆନ୍ତୁ, ଆପଣଙ୍କ ଷ୍ଟେସନ ଆସିବାକୁ ଯାଉଛି’ ବୋଲି ଏହି ଫୋନ କଲରେ ଶୁଣାଯିବ |

Photo-Newyorktimes

ଉତ୍ତର ପଶ୍ଚିମ ରେଲୱେ ପକ୍ଷରୁ କୁହାଯାଇଛି ଯେ ରେଳ ଯାତ୍ରୀ ଟିକଟ ବୁକିଂ ସମୟରେ ଯେଉଁ ମୋବାଇଲ ଫୋନ ନମ୍ବର ଦେଇଥିବେ, ସେହି ନମ୍ବରକୁ ଉଦ୍ଦିଷ୍ଟ ଷ୍ଟେସନର ଅଧଘଣ୍ଟା ପୂର୍ବରୁ ଫୋନ କଲ ଯିବ | ଏଥିରେ ଯାତ୍ରୀଙ୍କୁ ଷ୍ଟେସନ ଆସିଯାଉଛି, ନିଦରୁ ଉଠିପଡନ୍ତୁ ବୋଲି କୁହାଯିବ | ଯଦି ଟ୍ରେନ ବିଳମ୍ବ ଥିବ ସେହି ହିସାବରେ ଯାତ୍ରୀଙ୍କୁ ଫୋନ କଲ ଆସିବ | ବଡ କଥା ଯେ ଯାତ୍ରୀଙ୍କ ପକ୍ଷରୁ ଏଭଳି ସୁବିଧାକୁ ପ୍ରଶଂସା କରାଯାଇଛି |

ସମ୍ବନ୍ଧିତ ଖବର