ନୂଆଦିଲ୍ଲୀ : ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ୟୁଟର୍ଣ୍ଣ ନେଇଛନ୍ତି। ଏକ ବଡ଼ ଜାତୀୟ ଦଳ ସେମାନଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛି ବୋଲି ଗତକାଲି ଏକନାଥ ସିନ୍ଦେ କହିଥିଲେ। କିନ୍ତୁ ଆଜି ସିନ୍ଦେ କହିଛନ୍ତି, ଆମେ କୌଣସି ଜାତୀୟ ଦଳ ସହ ଯୋଗାଯୋଗରେ ନାହୁଁ। ଆଜି ଏକନାଥ ସିନ୍ଦେଙ୍କୁ ଏନେଇ ପ୍ରଶ୍ନ କଲାବେଳେ ସେ କହିଛନ୍ତି, ଏକ ବିଶାଳ ଶକ୍ତି ଆମକୁ ସହଯୋଗ କରୁଛି ବୋଲି ମୁଁ କହିଥିଲି। ଏହାର ଅର୍ଥ ହେଉଛି ବାଲାସାହେବ ଠାକରେ ଏବଂ ଆନନ୍ଦ ଦିଘେ।
ଶୁକ୍ରବାର ଦିନ ଏକନାଥ ସିନ୍ଦେ କାମାକ୍ଷା ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ପରେ ସେ ହୋଟେଲକୁ ଫେରିଥିଲେ। ଅଧିକରୁ ଅଧିକ ବିଧାୟକ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେବେ ବୋଲି କୁହାଯାଉଛି। ଇତି ମଧ୍ୟରେ ସଂଜୟ ରାଉତ କହିଛନ୍ତି, ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଭୋଟ୍ ହେଲେ ସବୁକିଛି ସ୍ପଷ୍ଟ ହୋଇଯିବ ଏବଂ ବିଦ୍ରୋହ ମିଳାଇ ଯିବ।