୫ ହଜାର ବର୍ଷର ଇତିହାସରେ ଏପର୍ଯ୍ୟନ୍ତ କୌଣସି ଜଣେ ହିନ୍ଦୁ ରାଜା ମସଜିଦ ଭାଙ୍ଗି ନଥିଲେ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି

ମୁମ୍ବାଇ: ସାବରକର ଦର୍ଶନ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ସ୍ବାତନ୍ତ୍ର୍ୟ ବୀର ସାବରକର ସାହିତ୍ୟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ ୫ ହଜାର ବର୍ଷର ଇତିହାସରେ ଏପର୍ଯ୍ୟନ୍ତ କୌଣସି ଜଣେ ହିନ୍ଦୁ ରାଜା ମସଜିଦ ଭାଙ୍ଗି ନଥିଲେ । ସେହିଭଳି ଖଣ୍ଡା ମାଧ୍ୟମରେ ବଳପୂର୍ବକ ଧର୍ମାନ୍ତରଣ କରାଯାଇ ନ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମ ଭାଙ୍ଗିବାର ନୁହେଁ, ବରଂ ଯୋଡ଼ିବାର କାମ କରେ। ସେ କହିଛନ୍ତି, ଆମର ହିନ୍ଦୁ ସଂସ୍କୃତି-ଆମର ଭାରତୀୟ ସଂସ୍କୃତି ପ୍ରଗତିଶୀଳ ଅଟେ । ସର୍ବସମାବେଶକ ମଧ୍ୟ, ସହିଷ୍ଣୁ ମଧ୍ୟ । ଏହା ସଙ୍କୁଚିତ ନୁହେଁ, ବରଂ ସଂପ୍ରସାରିତ। ଜାତିବାଦ ଓ ସାଂପ୍ରଦାୟିକ ନୁହେଁ । ଗଡ଼କରୀ କହିଛନ୍ତି, ଯଦି ହିନ୍ଦୁସ୍ଥାନକୁ ଭବିଷ୍ୟତରେ ଜୀବିତ ରଖବାର ଅଛି, ସାବରକରଙ୍କୁ ଯଦି ଭୁଲି ଯିବା, ଯିଏକି ୧୯୪୭ ଥରଟିଏ ହୋଇଥିଲା, ମୁଁ ଭାବୁଛି ଭବିଷ୍ୟତ ଭଲ ହେବ ନାହିଁ । ଏହା ମୁଁ ବହୁତ ଦାୟିତ୍ୱପୂର୍ଣ୍ଣ ଭାବେ କହୁଛି ।’

image source–oneindia

ଅଖିଲ ଭାରତୀୟ ବୀର ସାବରକର ସାହିତ୍ୟ ସମ୍ମିଳନୀରେ ଯୋଗ ଦେଇ ନୀତିନ ଗଡ଼କରି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଛତ୍ରପତି ଶିବାଜୀ ମହାରାଜ ନିଜର ସୈନିକଙ୍କୁ ବଳ ଦେଇଥିଲେ । କୌଣସି ଧର୍ମର କୌଣସି ପବିତ୍ର ସ୍ଥାନକୁ ଅପମାନ କରିବା ଅନୁଚିତ । ମହିଳା ଯେକୌଣସି ଧର୍ମର ହୋଇଥାନ୍ତୁ ନା କାହିଁକି, ତାଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯିବା ଦରକାର । ସେ କହିଥିଲେ ଯେ ସାବରକର ଜାତୀୟତାବାଦୀ ଚିନ୍ତାଧାରାର ପ୍ରସାର କରିଥିଲେ, ଯାହାକି ଆଜିର ଦିନରେ ଆମପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ତାଙ୍କ ଭଳି ଆମେ ଧ୍ୟାନ ନ ଦେବା ପୁଣି ଥରେ ଦେଶ ଖଣ୍ଡ ଖଣ୍ଡ ହୋଇଯିବ । ଦେଶର ବ୍ୟାପକ କ୍ଷତି ହେବ ।

ସମ୍ବନ୍ଧିତ ଖବର