ପିପିପିରେ ଯାତ୍ରୀବାହୀ ଟ୍ରେନ୍‌ ପାଇଁ ହୋଇନି ବିଡ୍‌

ନୂଆଦିଲ୍ଲୀ: ସରକାରୀ-ଘରୋଇ ଭାଗୀଦାରି (ପିପିପି) ମାଧ୍ୟମରେ ୧୫୦ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଘରୋଇ ସଂସ୍ଥାଠାରୁ ବିଡ୍‌ ଆହ୍ବାନ କରାଯାଇଥିବା ସମ୍ପର୍କରେ ଏକ ପ୍ରମୁଖ ଦୈନିକ ଏବଂ ଏହାର ଡିଜିଟାଲ ସଂସ୍କରଣରେ ଖବର ପ୍ରକାଶ ପାଇଛି। ଏସବୁ ଟ୍ରେନ୍‌ରେ ଯାତ୍ରୀଭଡ଼ା ସମ୍ପର୍କରେ ନିଷ୍ପତ୍ତି ନେବାର ସ୍ବାଧୀନତା ଘରୋଇ ସଂସ୍ଥା ନିକଟରେ ରହିବ ବୋଲି ଏହି ଖବରରେ ଦର୍ଶାଯାଇଛି।

ମାତ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ବିଭ୍ରାନ୍ତିକର ଖବରକୁ ଖଣ୍ଡନ କରାଯାଇଛି। ଏଭଳି ଖବରରେ କୌଣସି ସତ୍ୟତା ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ରେଳ ମନ୍ତ୍ରଣାଳୟ ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହିଁ କିମ୍ବା ନିକଟରେ ଏପରି କୌଣସି ବିଡ୍‌ ଆହ୍ବାନ କରାଯାଇନାହିଁ। ତେଣୁ ଏଭଳି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ଅଂଶୀଦାରମାନେ ଏଥିପ୍ରତି ଧ୍ୟାନ ନ ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର