ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦଙ୍ଗା ପାଇଁ ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କହିଛନ୍ତି। ଆଜି ଟୁଇଟ୍ କରିଥିବା ଭିଡିଓରେ ସେ ଦର୍ଶାଇଛନ୍ତି ଯେ, ହିନ୍ଦୁମାନେ ରାମ ନବମୀ ଓ ମୁସଲମାନମାନେ ରମଜାନ୍ ମାସ ପାଳୁଥିବା ବେଳେ କୌଣସି ହିଂସାକାଣ୍ଡ ଘଟିନାହିଁ।
Image Courtesy of India Todayସେ କହିଛନ୍ତି, ୨୫ କୋଟି ଜନତା ବାସ କରୁଥିବା ରାଜ୍ୟ ଉତ୍ତର ପ୍ରଦେଶରେ ପ୍ରାୟ ୮୦୦ ରାମ ନବମୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଏହି ସମୟରେ ରମ୍ଜାନ୍ ମାସ ହୋଇଥିବାରୁ ‘ରୋଜା’ ଏବଂ ‘ଇଫ୍ତାର୍’ ମଧ୍ୟ ଚାଲିଛି। କୌଣସି କଥାକୁ ନେଇ ଯୁକ୍ତିତର୍କ ବି ହୋଇନାହିଁ। ହିଂସା ଓ ଦଙ୍ଗା ହେବାର ସମ୍ଭାବନା ହିଁ ନାହିଁ। ଉତ୍ତର ପ୍ରଦେଶ ବିକାଶ ପଥରେ ଯିବାର ମନୋଭାବ ଦେଖାଉଥିବା କଥା ଏଥିରୁ ସୂଚନା ମିଳୁଛି।
Image Courtesy of NDTVଦଙ୍ଗା, ହିଂସା ଅଥବା ଅରାଜକତା ନିମନ୍ତେ ଉତ୍ତର ପ୍ରଦେଶରେ ସ୍ଥାନ ନାହିଁ। ରାମ ନବମୀର ପବିତ୍ର ପାବନ ବେଳାରେ ଆମେ ଏ କଥା ପ୍ରମାଣ କରିଦେଇଛୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାମ ନବମୀ ଶୋଭାଯାତ୍ରା ସମୟରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟିଥିବା କଥା ରିପୋର୍ଟ ଆସିଥିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Yogi-Adityanath-About-Ram-Navami-in-UP_Thumbnail.jpg)