ନ୍ୟୁୟର୍କ: ଆଣ୍ଟୋନିଓ ଗୁଟେରେସ୍ ଜାତିସଂଘର ନେତୃତ୍ବ ନେବାକୁ ଯୋଗ୍ୟ ନୁହନ୍ତି ଏବଂ ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ମଙ୍ଗଳବାର ଦିନ ଜାତିସଂଘସ୍ଥିତ ଇସ୍ରାଏଲ୍ର ରାଷ୍ଟ୍ରଦୂତ ଜିଲାଡ୍ ଏର୍ଡାନ୍ କହିଛନ୍ତି।
ଏର୍ଡାନ୍ କହିଛନ୍ତି, ଅସଂଖ୍ୟ ପିଲା, ମହିଳା ଓ ବୟୋବୃଦ୍ଧଙ୍କ ସଂହାର ଅଭିଯାନ ପ୍ରତି ସମବେଦନା ପ୍ରଦର୍ଶନ କରୁଥିବା ଜାତିସଂଘର ମହାସଚିବ ଜାତିସଂଘର ନେତୃତ୍ବ ନେବାକୁ ଯୋଗ୍ୟ ନୁହନ୍ତି।
ନିଜ ବକ୍ତବ୍ୟକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି, ମୁଁ ତାଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କହୁଛି। ଇସ୍ରାଏଲୀ ନାଗରିକ ଓ ଇହୁଦୀମାନଙ୍କ ପ୍ରତି ସବୁଠୁ ଭୟାବହ କ୍ରୂରତା ପ୍ରଦର୍ଶନ କରିଥିବା ଲୋକମାନଙ୍କ ପ୍ରତି ସମବେଦନା ଦେଖାଇବାରେ କୌଣସି ଯଥାର୍ଥତା ନାହିଁ କି, କହିବା ଭଳି କୌଣସି ପ୍ରସଙ୍ଗ ନାହିଁ। ତାଙ୍କର ଏଭଳି କାଣ୍ଡ ସପକ୍ଷରେ କହିବାକୁ ଭାଷା ହିଁ ନାହିଁ।
ସୂଚନାଯୋଗ୍ୟ, ଗାଜାରେ ଇସ୍ରାଏଲ୍ ଆକ୍ରମଣ ଜାରି ରହିଥିବାରୁ ଆନ୍ତର୍ଜାତିକ ମାନବୀୟ ଆଇନ ଉଲ୍ଲଂଘନ କରାଯାଉଛି ବୋଲି ମଙ୍ଗଳବାର ଦିନ ଆଣ୍ଟୋନିଓ ଗୁଟେରେସ୍ ଚିନ୍ତାବ୍ୟକ୍ତ କରିଥିଲେ।
Image Courtesy of The Israel Timesଜାତିସଂଘ ନିରାପତ୍ତା ପରିଷଦ୍ ବୈଠକରେ ସେ କହିଥିଲେ, ହମାସ୍ ଆକ୍ରମଣ ଅକାରଣରେ ହୋଇଛି ବୋଲି ଧରିନେବାକୁ ପଡ଼ିବ ନାହିଁ। ପାଲେଷ୍ଟାଇନ୍ବାସୀ ୫୬ ବର୍ଷ ହେବ ଦୁର୍ଦ୍ଦଶାଗ୍ରସ୍ତ ହୋଇ ରହିଛନ୍ତି। ସେମାନଙ୍କ ଦେଶକୁ କ୍ରମଶଃ ଜନବସତି ଗ୍ରାସ କରୁଛି ଓ ମହାମାରୀ ଭଳି ହିଂସା ବ୍ୟାପୁଥିବା ସେମାନେ ଦେଖୁଛନ୍ତି। ସେମାନଙ୍କ ଅର୍ଥନୀତି ଶ୍ବାସରୁଦ୍ଧ ହୋଇଯାଉଛି। ଜନତା ବାସହରା ହେଉଛନ୍ତି, ଘରଦ୍ବାର ଭାଙ୍ଗିଯାଉଛି। ଦୁର୍ଦ୍ଦଶାର ରାଜନୈତିକ ସମାଧାନ ଲାଗି ସେମାନେ କରିଥିବା ଆଶା ନିଶ୍ଚିହ୍ନ ହୋଇଯାଉଥିବା ସେମାନେ ଜାଣୁଛନ୍ତି।
ସ୍ମରଣଯୋଗ୍ୟ, ଅକ୍ଟୋବର ୭ ତାରିଖ ପ୍ରତ୍ୟୁଷରେ ହମାସ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ ଆରମ୍ଭ କରି ଇସ୍ରାଏଲ୍ ଆଡ଼କୁ ୫୦୦୦ ରକେଟ୍ ନିକ୍ଷେପ କରିଥିଲେ। ଏଥିରେ ୧୪୦୦ ଜନତା ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଉପରେ ପ୍ରତିଆକ୍ରମଣ ଜାରି ରଖିଛି ଓ ସେଠାରେ ଥିବା ହମାସ୍ ଆତଙ୍କବାଦୀମାନଙ୍କୁ ନିର୍ମୂଳ କରିବାକୁ ଶପଥ କରିଛି।
ପାଲେଷ୍ଟିନୀୟ ବୈଦେଶିକ ମନ୍ତ୍ରୀ ରିୟାଦ୍ ଅଲ୍-ମାଲିକିଙ୍କ କହିଛନ୍ତି, ଇସ୍ରାଏଲ୍ ଆକ୍ରମଣ ଯୋଗୁଁ ୨,୩୦୦ ପିଲା, ୧୩୦୦ ମହିଳାଙ୍କ ସମେତ ୫,୭୦୦ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/israel-3.jpg)