‘ଏପରି ବ୍ୟବହାର ନାଗରିକଙ୍କ ସହ କରାଯାଏ ନାହିଁ’: କଂଗ୍ରେସ ନେତା ଶିବକୁମାରଙ୍କ ମାମଲାରେ ଇଡି ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଗିରଫଦାରୀ ପ୍ରସଙ୍ଗରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଖୁବ୍‌ ବର୍ଷିଛନ୍ତି ସୁପ୍ରିମ୍‌ କୋର୍ଟ। ଏଥିସହ ବେଶ କଟୁ ଶବ୍ଦ ପ୍ରୟୋଗ କରି ଶାଣିତ ଭାବେ କହିଛନ୍ତି, ‘ତୁମେମାନେ (ତଦନ୍ତକାରୀ ସଂସ୍ଥା) ଯେପରି ଭାବେ ଓ ଯେଉଁ ଢ଼ଙ୍ଗରେ ନାଗରିକମାନଙ୍କ ସହ ବ୍ୟବହାର କରିବା ସହ ଆଚରଣ ପ୍ରଦର୍ଶନ କରୁଛ, ସେପରି ଭାବେ କରାଯାଏ ନାହିଁ’।

ଉଲ୍ଲେଖଯୋଗ୍ୟ, ମନିଲଣ୍ଡରିଂ ଅଭିଯୋଗରେ ଗତ ସେପ୍ଟମ୍ବର ୩ ତାରଖରେ ଇଡି ଗରିଫ କରିଥିବା କର୍ଣ୍ଣାଟକର କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଅକ୍ଟୋବର ୨୩ ତାରିଖରେ ଜାମିନ୍‌ ପ୍ରଦାନ କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଶିବକୁମାରଙ୍କୁ ମିଳିଥିବା ଜାମିନ୍‌କୁ ବିରୋଧ କରି ଏହାକୁ ଖାରଜ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ ହୋଇଥିଲା।

News18

ଆଜି ସୁପ୍ରମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର୍‌ଏଫ୍‌ ନରିମାନ ଓ ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କୁ ‌େନଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କାଳରେ ଇଡି ପକ୍ଷରୁ କୋର୍ଟରେ ମାମଲାର ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ, ତଦନ୍ତକାରୀ ସଂସ୍ଥାମାନେ ଯେପରି ଭାବେ ଓ ଯେଉଁ ଢ଼ଙ୍ଗରେ ନାଗରିକମାନଙ୍କ ସହ ବ୍ୟବହାର କରିବା ସହ ଆଚରଣ ପ୍ରଦର୍ଶନ କରୁଛନ୍ତି ସେପରି କରାଯାଏ ନାହିଁ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ମାମଲାର ଅଦାଲତ ଦସ୍ତାବିଜ୍‌କୁ ‘କପି- ପେଷ୍ଟ’ କରି ଶିବକୁମାରଙ୍କ ମାମଲାରେ ଇଡି ବ୍ୟବହାର କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏହା କହି ଶିବକୁମାରଙ୍କ ଜାମିନ ଖାରଜ ପାଇଁ ଇଡି କରିଥିବା ଆବେଦନକୁ ଖାରଜ କରି ଦେଇଥିଲେ।

ସମ୍ବନ୍ଧିତ ଖବର