କଂଗ୍ରେସ ଛାଡିବା ନିଶ୍ଚିତ କିନ୍ତୁ ବିଜେପିରେ ଯୋଗ ଦେବିନି : କ୍ୟାପଟେନ କ୍ୟାପଟେନ ଅମରିନ୍ଦର ସିଂହ

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ହେଉଥିବା ଆଲୋଚନାରେ ବିରାମ ଲଗାଇଛନ୍ତି ନିଜେ କ୍ୟାପଟେନ । ସେ କହିଛନ୍ତି କି, ଖୁବଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି। ହେଲେ ସେ ବିଜେପିରେ ଯୋଗ ଦେଉଥିବା କଥାକୁ ଖଣ୍ଡନ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାପଟେନ କହିଛନ୍ତି କି, ଯେଉଁଠି ସ୍ୱାଭିମାନ ଓ ଆତ୍ମସମ୍ମାନ ଉପରେ ଆଞ୍ଚ ଆସୁଛି ସେଠାରେ ସେ ରହିବା ସମ୍ଭବ ନୁହେଁ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ୟାପଟେନ କହିଛନ୍ତି ଯେ, ସେ ଏବେ କଂଗ୍ରେସରେ ଅଛନ୍ତି କିନ୍ତୁ ଆଗକୁ କଂଗ୍ରେସରେ ରହିବେ ନାହିଁ । କଂଗ୍ରେସ ତରଫରୁ ତାଙ୍କୁ କରାଯାଇଥିବା ବ୍ୟବହାର ସହିବାର କ୍ଷମତା ତାଙ୍କର ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ୫୦ ବର୍ଷ ପରେ ମୋ ସଚ୍ଚୋଟପଣିଆକୁ ନେଇ ସନ୍ଦେହ କରିଛନ୍ତି, ଯାହାକି ତାଙ୍କ ପାଇଁ ଘୋର ଅପମାନ ବୋଲି ସେ କହିଛନ୍ତି ।

Amarinder Singh
www.indiatoday.in

ଅନ୍ୟପଟେ ଦିଲ୍ଲୀରେ ଥିବା କ୍ୟାପଟେନଙ୍କୁ ବୁଝାଇବାକୁ କଂଗ୍ରେସର ବରିଷ୍ଠ ନେତାମାନେ ପ୍ରୟାସ ଆରମ୍ଭ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ ଓ କମଲନାଥ କ୍ୟାପଟେନଙ୍କୁ ଭେଟିବାକୁ ଚେଷ୍ଟା କରୁଥିବା ବେଳେ କ୍ୟାପଟେନ ସ୍ପଷ୍ଟ କରିଛନ୍ତି କି ସେ କୌଣସି ପରିସ୍ଥିତିରେ ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଗତକାଲି ଗୃହମନ୍ତ୍ରୀ ଅମିତ ଶାହା, ଆଜି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଭେଟିବା ପରେ କ୍ୟାପଟେନ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ କ୍ୟାପଟେନଙ୍କ ବୟାନ ଆସିବା ପରେ ଏହି ଚର୍ଚ୍ଚା ଥମିଛି । ହେଲେ କ୍ୟାପଟେନ କଂଗ୍ରେସ ଛାଡିବା ସହ ରାଜନୀତି ଛାଡୁଥିବା କଥା ବି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର