କାହାର ଧାର୍ମିକ ଭାବନାକୁ ହାନୀ ପହଞ୍ଚାଇବା ଅଭିପ୍ରାୟ ନଥିଲା, ଭଗବାନ ରାମଙ୍କୁ ନେଇ ବିବାଦ ପରେ ନେପାଳର ସ୍ପଷ୍ଟୀକରଣ

କାଠମାଣ୍ଡୁ : ଭଗବାନ ରାମଙ୍କ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମନ୍ତବ୍ୟକୁ ସବୁ ମହଲରେ ସମାଲୋଚନା କରାଯିବା ପରେ ନେପାଳ ସରକାର ଏ ସଂପର୍କରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ନେପାଳର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହାକୁ ନେଇ ରାଜନୀତି କରିବା କିମ୍ବା କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଉଦ୍ଦେଶ୍ୟ ନଥିଲା ।

ପ୍ରଧାନମନ୍ତ୍ରୀ ଓଲିଙ୍କ ମନ୍ତବ୍ୟ ଅଯୋଧ୍ୟାର ଧାର୍ମିକ ଓ ସାଂସ୍କ୍ତିକ ଗୁରୁତ୍ବକୁ ହାନୀ ପହଞ୍ଚାଇବା ନୁହେଁ । ରାମାୟଣ ଓ ଭଗବାନ ରାମଙ୍କ ସହ ଜଡ଼ିତ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି । ସେଗୁଡ଼ିକ ଉପରେ ଗବେଷଣା ହେବା ଉଚିତ । ଏପରି ହେଲେ ରାମାୟଣ ସଂସ୍କୃତି ଉପରେ ଅଧିକ ତଥ୍ୟ ଆସିପାରିବ ।

ଗତକାଲି ନେପାଳ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକୃତ ଅଯୋଧ୍ୟା ଭାରତର ନୁହେଁ ବରଂ ନେପାଳର ଏବଂ ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହଁନ୍ତି, ନେପାଳର । ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଏହି ବିବାଦୀୟ ବୟାନକୁ ସବୁ ମହଲରେ ନିନ୍ଦା ଓ ସମାଲୋଚନା କରାଯାଇଥିଲା । ଭାରତ ସରକାର ଏ ନେଇ କୌଣସି ମନ୍ତବ ଦେଇନଥିଲେ ମଧ୍ୟ ଧାର୍ମିକ ସଂଗଠନ ଓ ସାଧୁସନ୍ଥ ଏହାକୁ ବିରୋଧ କରିଥିଲେ । ଏପରିକି ନେପାଳରେ ମଧ୍ୟ ଏହାକୁ ନାପସନ୍ଦ କରାଯାଇଥିଲା । ଭାରତର କେତେକ ସାଧୁସନ୍ଥ ଭଗବାନ ରାମଙ୍କୁ ନେଇ ରାଜନୀତି କରାନଯାଉ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର