ନୂଆଦିଲ୍ଲୀ: ବିବାହ କରିବାକୁ ଭଲ ପୁଅ କିମ୍ବା ଝିଅ ଖୋଜିବା ପାଇଁ ଏବେ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି। ଏପରି ଅନେକ ଦମ୍ପତି ଅଛନ୍ତି, ଯେଉଁମାନେ ସୋସିଆଲ ମିଡିଆରେ ପରସ୍ପରକୁ ଭେଟି ପରେ ଜୀବନସାଥୀ ବନିଛନ୍ତି। ସୋସିଆଲ ମିଡିଆ ସହ ଏବେ ଅନେକ ମାଟ୍ରିମୋନି ସାଇଟ ଆସିଲାଣି, ଯାହା ଜରିଆରେ ବିବାହ ପାଇଁ ପୁଅ ବା ଝିଅ ଖୋଜିବା ସହଜ ହୋଇଛି। ଏଥିରେ ଲୋକେ ବିବାହ ପାଇଁ କେମିତି ପୁଅ ବା ଝିଅ ଦରକାର, ତାହା ଲେଖିଥାନ୍ତି, ଯାହା ଦ୍ବାରା ସେମାନଙ୍କୁ ଉପଯୁକ୍ତ ଜୀବନସାଥୀ ଖୋଜିବା ସହଜ ହୁଏ। ଏବେ ସୋସିଆଲ ମିଡିଆରେ ଏକ ଏଭଳି ବିଜ୍ଞାପନ ଭାଇରାଲ ହେଉଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିବାହ ପାଇଁ ରଖାଯାଇଥିବା ସର୍ତ୍ତକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି।
What is your take on this? pic.twitter.com/FWO1YGyxge
— Dr.D G Chaiwala (@RetardedHurt) October 17, 2022
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଜ୍ଞାପନରେ ଲେଖାଯାଇଛି ଯେ, ଜୀବନସାଥୀଙ୍କର ଦୁଇରୁ ଅଧିକ ଭାଇଭଉଣୀ ନଥିବେ। ତାଙ୍କର ବାର୍ଷିକ ଦରମା ୩୦ ଲକ୍ଷରୁ କମ୍ ନଥିବ। ଏହା ସହିତ ତାଙ୍କ ଉଚ୍ଚତା ୫.୭ରୁ ୬ଫୁଟ ମଧ୍ୟରେ ଥିବ। କେବଳ ଏତିକି ନୁହେଁ ଏହି ବିଜ୍ଞାପନରେ ଅଧ୍ୟୟନ ପାଇଁ ମଧ୍ୟ ସର୍ତ୍ତ ରଖାଯାଇଛି। ଜୀବନସାଥୀ ଆଇଆଇଟି ବା ଏନଆଇଟିରେ ପଢ଼ିଥିବା ଜରୁରୀ ବୋଲି ବିଜ୍ଞାପନରେ ଲେଖାଯାଇଛି। ଟ୍ୱିଟରରେ ଭାଇରାଲ ହେଉଥିବା ଏହି ବିଜ୍ଞାପନକୁ @ରେଟାର୍ଡହର୍ଟ ନାମକ ଆଇଡିରୁ ସେୟାର କରାଯାଇଛି। ବିଜ୍ଞାପନର ଶେଷ ଭାଗରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଜଣେ କେଉଁ ଜାତିର ହେବା ଉଚିତ୍।