କେବଳ ମେହୁଲ ଚୋକ୍‌ସି ନୁହନ୍ତି; ଅନ୍ୟ ୨୮ ଜଣ ଭାରତୀୟ ମଧ୍ୟ ଆଣ୍ଟିଗୁଆ ନାଗରିକତ୍ୱ ଖରିଦ କରିଛନ୍ତି

ନୂଆଦିଲ୍ଲୀ: ନିରୁଦ୍ଦେଶ ଭାରତୀୟ ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଆଣ୍ଟିଗୁଆ ଏବଂ ବାର୍‌ବୁଡ଼ା ନାଗରିକତ୍ୱ ମଞ୍ଜୁର କରିବା ଘଟଣା ଯୋଗୁଁ ରାଜନୈତିକ ବିବାଦର କାରଣ ହେବା ପରେ ସେଠାକର ବିରୋଧି ଦଳ ସବୁ ପ୍ରଧାନମନ୍ତ୍ରୀ ଗ୍ୟାସ୍‌ଟୋନ୍‌ ବ୍ରାଉନିଙ୍କ ଠାରୁ ଜବାବ ଦାବି କରିଛନ୍ତି।

କେବଳ ଚୋସ୍‌କି ନୁହନ୍ତି, ୨୦୧୪ରୁ ୨୮ ଜଣ ଭାରତୀୟ ଆଣ୍ଟିଗୁଆର ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି। ସେ ୨୮ ଜଣ କିଏ, ତଦନ୍ତ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ୨ ଲକ୍ଷ ଡଲାର୍‌ ବିନିମୟରେ ୨୦୧୭ ମସିହା ଜାନୁଆରି ୧ ରୁ ଜୁନ୍‌ ୩୦ ମଧ୍ୟରେ ଆଣ୍ଟିଗୁଆ ନାଗରିକତ୍ୱ ମଞ୍ଜୁର କରାଯାଇଛି। ଏ ତଥ୍ୟ ପ୍ରକାଶିତ ହୋଇଛି ସିଟିଜେନ୍‌ସିପ୍‌ ବାଏ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ୟୁନିଟ୍‌ର ଷାଣ୍ମାଷିକ ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଅନ୍ୟ କୌଣସି ଆବେଦନକାରୀଙ୍କର ଆବେଦନର ସ୍ଥିତି ସଂକ୍ରାନ୍ତରେ କୌଣସି ତଥ୍ୟ ପ୍ରକାଶିତ ହୋଇ ନାହିଁ।

ନେସ୍‌ନାଲ୍‌ ଡେଭେଲପ୍‌ମେଣ୍ଟ୍‌ ଫଣ୍ଡ୍‌ରେ ଅର୍ଥ ବିନିଯୋଗ, ସରକାରୀ ଅନୁମୋଦିତ ରିଅଲ୍‌ ଇଷ୍ଟେଟ୍‌ ଖରିଦ ବା ପ୍ରାକ୍‌ ଅନୁମୋଦିତ କୌଣସି ବାଣିଜ୍ୟରେ ଅର୍ଥ ନିବେଶ କରୁଥିବା ଯେ କୌଣସି ବିଦେଶୀଙ୍କୁ ଆଣ୍ଟିଗୁଆ ଦ୍ୱୈତ ନାଗରିକତ୍ୱ ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର