ପୁଣି ଥରେ କେବେ ଆରମ୍ଭ ହେବ ସାଧାରଣ ରେଳ ସେବା? ଉତ୍ତର ରଖିଲେ ରେଳ ବୋର୍ଡର ଅଧ୍ୟକ୍ଷ

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା କଟକଣା ସବୁ ଆସ୍ତେ ଆସ୍ତେ ଉଠୁଛି। ତେବେ, ଏ ପରିସ୍ଥିତିରେ ପୁଣି ଥରେ ସାଧାରଣ ରେଳ ସେବା ଆରମ୍ଭ ନେଇ ଏକ ନିର୍ଦ୍ଦିଷ୍ଟ ତାରିଖ ଦେବା ସମ୍ଭବ ନୁହେଁ ବୋଲି ଆଜି ରେଳବାଇ ସ୍ପଷ୍ଟ କରିଛି। ଏହା ସହ ଗତବର୍ଷ ତୁଳନାରେ ଚଳିତ ବର୍ଷ ଯାତ୍ରୀ ବିଭାଗରୁ ଆୟରେ ୮୭% ହ୍ରାସ ଘଟିଥିବା ଦର୍ଶାଇଛି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରେଳ ବୋର୍ଡର ଅଧ୍ୟକ୍ଷ ଭି.କେ ଯାଦବ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ରେଳବାଇର ଯାତ୍ରୀ ରାଜସ୍ୱରୁ ୪,୬୦୦ କୋଟି ଆୟ ହୋଇଛି ଏବଂ ଆକଳନ ଅନୁଯାୟୀ ମାର୍ଚ୍ଚ ୨୦୨୧ସୁଦ୍ଧା ଏହି ସଂଖ୍ୟା ୧୫,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Arrive 20 mins before departure: Indian railways plans airport-like security -
The Better India

ଏହା ସହ ସେ କହିଛନ୍ତି ଯେ, ଯାତ୍ରୀ ବିଭାଗରେ ହୋଇଥିବା କ୍ଷତି ମାଲ ପରିବହନ ମାଧ୍ୟମରେ ଦୂର ହେବ ବୋଲି ଜଣା ପଡ଼ୁଛି। ଯାତ୍ରୀ ବିଭାଗରୁ ଆୟ କମ ହୋଇଥିଲେ ମଧ୍ୟ ମାଲ ପରିବହନରୁ ହୋଇଥିବା ଆୟ ଗତ ବର୍ଷର ଆକଳନ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଡିସେମ୍ବର ସୁଦ୍ଧା ରେଳବାଇ ଗତ ବର୍ଷ ଲୋଡିଂର ୯୭ପ୍ରତିଶତ ହାସଲ କରିସାରିଛି। କରୋନାଭାଇରସ୍ ମହାମାରୀ ଯୋଗୁଁ ଟ୍ରେନ୍ ସେବା ସ୍ଥଗିତ ଥିବାରୁ ରେଳବାଇ ଯାତ୍ରୀ ରାଜସ୍ୱରେ ବ୍ୟାପକ କ୍ଷତି ସହିଛି। ତେବେ ସାଧାରଣ ଟ୍ରେନ୍ ସେବା ପୁଣି କେବେ ଆରମ୍ଭ ହେବ, ତାହା କହିବା ସମ୍ଭବ ନୁହେଁ। କାରଣ ଏବେ ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ବର୍ତ୍ତମାନ ହାରାହାରି ପ୍ରାୟ ୩୦-୪୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଟ୍ରେନ୍ ଚାଲୁଛି। ଏହା ପ୍ରତିଫଳିତ କରୁଛି ଯେ, ମହାମାରୀର ଭୟ ଏବେ ବି ଲୋକଙ୍କ ମନରେ ଅଛି। ରେଳବାଇ ବର୍ତ୍ତମାନ ୧୦୮୯ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଉଥିବା ବେଳେ ପରିସ୍ଥିତି ଦେଖି ଆଗକୁ ସଂଖ୍ୟା ବଢ଼ାଯିବ।

ସମ୍ବନ୍ଧିତ ଖବର