ଇସ୍ଲାମାବାଦରେ ଥିବା ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନିୟମିତ ହଇରାଣ କରୁଛି ପାକିସ୍ତାନ, ଜାଣିଶୁଣି ଇଣ୍ଟରନେଟ, ଗ୍ୟାସ ଓ ବିଦ୍ୟୁତ ସଂଯୋଗ କାଟି ଦେଉଛି

0

ନୂଆଦିଲ୍ଲୀ : ଇସ୍ଲାମାବାଦରେ ଥିବା ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ପାକିସ୍ତାନ ସରକାର ବିଭିନ୍ନ ସମୟରେ ହଇରାଣ ହରକତ କରିବା ଘଟଣା ନୂଆ ନୁହେଁ । କିନ୍ତୁ ବେଳେବେଳେ ପାକ୍‌ ସରକାର ଯେ ଏତେ ତଳକୁ ଖସିଯାଆନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନ ସରକାର ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ହଇରାଣ କରିବାକୁ ସେମାନଙ୍କ ଘରକୁ ବିଦ୍ୟୁତ ସଂଯୋଗ କାଟିଦେଉଛନ୍ତି, ଗ୍ୟାସ ସଂଯୋଗ କାଟି ଦେଉଛନ୍ତି । ପୁଣି ଅଧିକାଂଶ ସମୟରେ ଇଣ୍ଟରନେଟ ସଂଯୋଗ କାଟିଦେଉଛନ୍ତି ବା ଧୀମା କରିଦେଉଛନ୍ତି । ଆହୁରି ମଧ୍ୟ ଭାରତ ସରକାରଙ୍କ େଓ୍ଵବସାଇଟଗୁଡିକୁ ବ୍ଲକ କରିଦେଉଛନ୍ତି ।

ଏହା ଫଳରେ ଭାରତୀୟ ଦୂତାବାସ କର୍ମଚାରୀମାନେ ନିତିଦିନିଆ ଜରୁରୀ ସରକାରୀ କାମ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଦ୍ୱାରା କେବଳ ଭାରତୀୟ ଦୂତାବାସ କର୍ମଚାରୀମାନେ ନୁହେଁ, ବରଂ ଭାରତକୁ ଆସିବାକୁ ଚାହୁଁଥିବା ପାକିସ୍ତାନୀ ନାଗରିକମାନେ ମଧ୍ୟ ଭିସା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହି ସମସ୍ୟାର ସମାଧାନ କରିବା ଲାଗି ହସ୍ତକ୍ଷେପ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଥର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିୁନାହିଁ । ଗତ ୧୨ ତାରିଖରେ ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଏପରି ଏକ ଅନୁରୋଧ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହାର କୌଣସି ସୁଫଳ ମିଳିନାହିଁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.