ଅନୁପ୍ରବେଶ ଉଦ୍ୟମ ପଣ୍ଡ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ସୁରକ୍ଷାବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ଜମ୍ମୁ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାର ମଚ୍ଛିଲ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଚଳାଇଥିବା ବେଳେ ବିଏସ୍‌ଏଫ୍‌ ଯବାନମାନେ ଏହି ଯୋଜନାକୁ ପଣ୍ଡ କରିଦେଇଛନ୍ତି। ସୁରକ୍ଷାବାହିନୀ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ବିଭାଗରୁ ଖବର ପାଇବା ପରେ ସୁରକ୍ଷାବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ତେବେ ଏହି ସମୟରେ ଆତଙ୍କବାଦୀମାନେ ହଠାତ୍‌ ଗୁଳିଚାଳନା କରିବାରୁ ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ।

ସମ୍ବନ୍ଧିତ ଖବର