ଅନିଶ୍ଚିତତାରେ ଜଗା-ବଳିଆଙ୍କ ଡିସଚାର୍ଜ ପ୍ରସଙ୍ଗ!

ନୂଆଦିଲ୍ଲୀ: ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ କେବେ ଡିସଚାର୍ଜ କରାଯିବ ସେ ନେଇ ଅନିଶ୍ଚିତତା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜଗା-ବଳିଆଙ୍କ ବାପା-ମା’ଙ୍କୁ ଦୁଇ ଶିଶୁଙ୍କ ଡିସଚାର୍ଜ ସମ୍ପର୍କରେ ଏମ୍ସ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବର୍ତ୍ତମାନ ସୁଦ୍ଧା ବଳିଆର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନଥିବା ବେଳେ ଏବେ ସୁଦ୍ଧା ତାକୁ ନାକ ଓ ପାଟି ବାଟେ ତରଳ ପଦାର୍ଥ ଖାଇବାକୁ ଦିଆଯାଉଛି। ଏଭଳି ଅବସ୍ଥାରେ ବଳିଆକୁ ସ୍ଥାନାନ୍ତର କରାଗଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିପାରେ ବୋଲି ବାପା ଭୂୟାଁ କଁହର ଆଶଙ୍କା କରିଛନ୍ତି। ଦୁଇ ଶିଶୁଙ୍କୁ ଭୁବନେଶ୍ୱର ଏମ୍ସ କିମ୍ବା କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଗଲେ ଚିକିତ୍ସା ଭଲଭାବେ ହୋଇପାରିବ କିନ୍ତୁ ଡିସଚାର୍ଜ ସମ୍ପର୍କୀତ କୌଣସି ତଥ୍ୟ ଠିକ୍‌ ଭାବେ ସେମାନଙ୍କୁ ମିଳୁନଥିବାରୁ ଏନେଇ ଚିିନ୍ତାରେ ଥିବା ଭୂୟାଁ କହଁର କହିଛନ୍ତି। ଅପରପକ୍ଷେ ନିକଟରେ ଜଗା-ବଳିଆଙ୍କୁ ପିନ୍ଧା ଯାଇଥିବା ସ୍ୱତନ୍ତ୍ର ହେଲମେଟର ସାଇଜ ବୃଦ୍ଧି କରିବା ପାଇଁ ବେଙ୍ଗାଲୁରୁର ଏକ କମ୍ପାନୀକୁ ବରାଦ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର