ଲକ୍ଷ୍ନୌ: ସେପ୍ଟେମ୍ବର ପହିଲାରୁ ଦେଶର କିଛିସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସବୁସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇଥିଲା। ଏହି ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

Advertisment

publive-image

ସୂଚନାଯୋଗ୍ୟ, ସ୍କୁଟି ଚାଳକ ପ୍ରବୀଣ କୁମାରଙ୍କ ଗାଡିର କାଗଜପତ୍ର ହଜିଯାଇଥିଲା। କାଗଜପତ୍ର ନୂଆ କରିବା ପାଇଁ ସେ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ପ୍ରବୀଣ ତାଙ୍କର ଚାଲାଣ କଟିଥିବା କଥା ଜାଣିବାକୁ ପାଇଥିଲେ। ଏହାପରେ ସେ ଅଧିକାରୀ ଜଣକୁ ଚାଲାଣ ରସିଦ୍‌ ମାଗିଥିଲେ।

publive-image

ଅଧିକାରୀଙ୍କ ଠାରୁ ଚାଲାଣ ରସିଦ୍‌ ପାଇବା ପରେ ସ୍କୁଟି ଚାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ରସିଦରେ ପ୍ରବୀଣ ସିଟ୍‌ ବେଲ୍‌ଟ ନ ବାନ୍ଧିଥିବାରୁ ତାଙ୍କର ଚାଲାଣ କଟାଯାଇଛି ବୋଲି ଉଲ୍ଲେଖ ଥିଲା। ଏନେଇ ସ୍କୁଟି ଚାଳକ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।