ଗ୍ୱାଲିଅର୍: ଯଦି କେହି ରାସ୍ତାରେ ବିନା ମାସ୍କରେ ନଜର ଆସେ ତେବେ ତାକୁ ଡାକ୍ତରଖାନା ଏବଂ ପୁଲିସ ଚେକ ପୋଷ୍ଟରେ ସ୍ବେଚ୍ଛାସେବୀ ଭାବେ କାମ କରିବାକୁ ପଡିବ | ୩ଦିନ ପର୍ଯ୍ୟନ୍ତ ନିୟମ ଉଲ୍ଲଂଘନକାରୀକୁ ଏହି ନିୟମ ମାନିବାକୁ ହେବ | ଗ୍ୱାଲିଅରରେ ଅମାନିଆକୁ ବାଟକୁ ଆଣିବା ପାଇଁ ଆଜି ଏଭଳି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ | ଯଦି କେହି ସର୍ବସାଧାରଣ ସ୍ଥାନରେ କୋଭିଡ-୧୯ ରୋକିବାର ନିର୍ଦ୍ଦେଶାବଳୀ ଅନୁସରଣ ନକରେ, ତେବେ ତାକୁ ଡାକ୍ତରଖାନା ଏବଂ ପୁଲିସ ଚେକ୍ ପୋଷ୍ଟରେ ସ୍ବେଚ୍ଛାସେବୀ ଭାବରେ ତିନି ଦିନ କାର୍ଯ୍ୟ କରିବାକୁ ପଡିବ ବୋଲି ଜଣେ ଅଧିକାରୀ ସୋମବାର କହିଛନ୍ତି। ଯେଉଁମାନେ କୋଭିଡ-୧୯ ପ୍ରୋଟୋକଲକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଜରିମାନା ଲାଗୁ କରାଯିବ ବୋଲି ସେ କହିଛନ୍ତି।
ଦିଆଯାଇଥିବା ଆଦେଶ ଅନୁଯାୟୀ ମାସ୍କ ବିନା ବୁଲୁଥିବା କିମ୍ବା ସର୍ବସାଧାରଣ ସ୍ଥାନରେ କରୋନାଭାଇରସ୍ ନିର୍ଦ୍ଦେଶାବଳୀ ପାଳନ କରୁନଥିବା ବ୍ୟକ୍ତିଙ୍କୁ କେବଳ ଜରିମାନା ଦେବାକୁ ପଡିବ ନାହିଁ, ବରଂ ସେମାନଙ୍କୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଖାନା, କ୍ଲିନିକ ଏବଂ ପୁଲିସ ଚେକ୍ ପୋଷ୍ଟଗୁଡିକରେ ତିନି ଦିନ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିବାକୁ ପଡିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ଜିଲ୍ଲାପାଳ କୋୖଶେଳେନ୍ଦ୍ର ବିକ୍ରମ ସିଂହ ଆଜି ଏଭଳି ନିୟମ ଲାଗୁ କରିଛନ୍ତି | ତାଙ୍କର ଏଭଳି ନିୟମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି |