ଜବାବ ଦେବାର ଯୋଗ୍ୟ ହିଁ ନୁହଁ…. ଜାତିସଂଘରେ ପାକିସ୍ତାନକୁ ଲକ୍ଷ୍ୟ କରି କହିଲା ଭାରତ

ଜାତିସଂଘ : ଜାତିସଂଘ ନିରାପତ୍ତା ପରିଷଦରେ ମହିଳା, ଶାନ୍ତି ଓ ନିରାପତ୍ତା ପ୍ରସଙ୍ଗରେ ହୋଇଥିବା ବିତର୍କରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ପାକିସ୍ତାନକୁ ସମାଲୋଚନା କରି ଭାରତ କହିଛି ଯେ ଏଭଳି ଅପପ୍ରଚାରର ଜବାବ ଦେବା ମଧ୍ୟ ଅନାବଶ୍ୟକ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ତାଙ୍କ ବୟାନକୁ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।

ସେ କହିଛନ୍ତି, ମୋ ଭାଷଣ ଶେଷ କରିବା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକଶ୍ମୀର କୁ ନେଇ ପାକିସ୍ତାନର ପ୍ରତିନିଧି ଦେଇଥିବା ଅଯଥା, ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ମନ୍ତବ୍ୟକୁ ମୁଁ ପ୍ରତ୍ୟାଖ୍ୟାନ କରୁଛି ।

ଜାତିସଂଘ ନିରାପତ୍ତା ପରିଷଦରେମହିଳା, ଶାନ୍ତି ନିରାପତ୍ତାଶୀର୍ଷକ ଆଲୋଚନା ବେଳେ କମ୍ବୋଜ କହିଛନ୍ତି, ମୋ ପ୍ରତିନିଧି ଦଳ ବିଶ୍ୱାସ କରେ ଯେ ଏଭଳି ଦୁର୍ଭାଗ୍ୟଜନକ ମିଥ୍ୟା ପ୍ରଚାରର ଜବାବ ଦେବା ଠିକ୍ ନୁହେଁ । ଅପରପକ୍ଷରେ ଆମର ଫୋକସ୍ ସକାରାତ୍ମକ ଆଗୁଆ ଚିନ୍ତାଶୀଳ ହେବା ଦରକାର। ମହିଳା, ଶାନ୍ତି ନିରାପତ୍ତା ଏଜେଣ୍ଡାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ଆମର ସାମୂହିକ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଆଜିର ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଆମେ ଆଲୋଚନା ବିଷୟକୁ ସମ୍ମାନ କରୁଏବଂ ସମୟର ଗୁରୁତ୍ୱକୁ ସ୍ୱୀକାର କରୁ ଆମର ଫୋକସ୍ ଏହି ବିଷୟ ଉପରେ ରହିବା ଦରକାର ।

ସମ୍ବନ୍ଧିତ ଖବର