ଦଳୀୟ ପ୍ରାର୍ଥୀଙ୍କଠୁ ବି ‘ନୋଟା’ ଆଗରେ

ଅହମଦାବାଦ୍‌: ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ, ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଯଥାକ୍ର୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ କୌଣସି ନିର୍ଦ୍ଦିଷ୍ଟ ଦଳ ବଦଳରେ ନିର୍ଦ୍ଦଳୀୟମାନେ ହିଁ ରହିଛନ୍ତି। ତେବେ ରାଜ୍ୟରେ ମତଦାତାଙ୍କର ନୋଟା(ନନ୍‌ ଅଫ ଦି ଏବୋଭ୍‌) ଚତୁର୍ଥ ପସନ୍ଦ ରହିବା ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ବହୁଜନ ସମାଜ ପାର୍ଟି (ବିଏସ୍‌ପିି), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ପରି ଜାତୀୟ ଦଳକୁ ମିଳିଥିବା ଭୋଟଠାରୁ ମଧ୍ୟ ନୋଟା ୧.୮ ପ୍ରତିଶତ ଆଗରେ ରହିଥିବା ଜଣାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କିଛି ନିର୍ବାଚନ ମଣ୍ଡଳୀରେ ନୋଟାରେ ଯାଇଥିବା ଭୋଟ ସଂଖ୍ୟା ସେହି ଆସନର ବିଜୟ ବ୍ୟବଧାନ ହାରଠାରୁ ମଧ୍ୟ ଅଧିକ ରହିଛି। ପୋର ବନ୍ଦରରେ ବିଜେପିର ବାବୁଭାଇ ବୋଖରିୟା ୧୮୫୫ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ସେଠାରେ ନୋଟାରେ ୩,୪୩୩ ଭୋଟ୍‌ ପଡ଼ିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର