ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ପିଆଇଏଲ୍ ଦାଖଲ ହୋଇଛି। ଉଭୟ ରିଜିଜୁ ଏବଂ ଧନଖଡ଼ ନ୍ୟାୟପାଳିକା ସମେତ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ବିରୋଧରେ ଖୋଲାଖୋଲି ଟିପ୍ପଣୀ ରଖୁଥିବାରୁ ଏହାକୁ ବିରୋଧ କରି ବମ୍ବେ ଲୟର୍ସ ଆସୋସିଏସନ୍ ଦ୍ବାରା ପିଆଇଏଲ୍ ଦାଖଲ ହୋଇଛି। ଆସୋସିଏସନ୍ ଅଧ୍ୟକ୍ଷ ଅହମଦ ଅବିଦିଙ୍କ ଦ୍ବାରା ଦାଖଲ ହୋଇଥିବା ପିଆଇଏଲରେ ଦର୍ଶାଯାଇଛି ଯେ ୨ କାର୍ଯ୍ୟପାଳିକା ଅଧିକାରୀଙ୍କ ବ୍ୟବହାର ସର୍ବସାଧାରଣରେ ସୁପ୍ରିମକୋର୍ଟଙ୍କ ସମ୍ମାନ ହ୍ରାସ କରିଛି। ଆଇନମନ୍ତ୍ରୀ ରିଜିଜୁ ଲଗାତାର କଲେଜିୟମ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରା ଏନଜେଏସି ଆଇନ ରଦ୍ଦକୁ ସମାଲୋଚନା କଛନ୍ତି। ଏହାଦ୍ବାରା ସଂସଦୀୟ କ୍ଷମତା ସଙ୍କୁଚିତ ହୋଇଛି ବୋଲି ଦର୍ଶାଇ ଧନଖଡ଼ ସୁପ୍ରିମ୍କୋର୍ଟଙ୍କୁ ସମାଲୋଚନା କରିଛନ୍ତି। ସମ୍ବିଧାନ ଉପରେ ଅବିଶ୍ବାସ ପ୍ରକଟ କରି ସେମାନେ ସାମ୍ବିଧାନିକ ପଦବିରେ ରହିବାପାଇଁ ଅଯୋଗ୍ୟ ହୋଇସାରିଛନ୍ତି ବୋଲି ପିଆଇଏଲରେ ଦର୍ଶାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp