କିଛି ମାଗଣାରେ ମିଳେ ନାହିଁ: ଚୀନ୍‌ର ଆର୍ଥିକ ସହାୟତା ବିଷୟରେ ସେନା ମୁଖ୍ୟ ବିପିନ ରାଓ୍ଵତ୍‌ଙ୍କ ମନ୍ତବ୍ୟ

ପୁଣେ: ରବିବାର ଦିନ ଭାରତୀୟ ସେନାର ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ କହିଲେ ଯେ ଯେଉଁମାନେ ଚୀନ୍‌ ଠାରୁ ଆର୍ଥିକ ସହାୟତା ନେଇଛନ୍ତି ଖୁବ୍‌ ଶୀଘ୍ର ହୃଦୟଙ୍ଗମ କରି ପାରିବେ ଯେ କିଛି ଜିନିଷ ମାଗଣାରେ ମିଳେ ନାହିଁ।

‘ବେ’ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲ୍‌ଟି-ସେକ୍ଟୋରାଲ୍‌ ଟେକ୍‌ନିକାଲ୍‌ ଆଣ୍ଡ୍‌ ଇକୋନମିକ୍‌ କୋପରେସନ୍‌’ର ‘ମିଲ୍‌ଟାରି ଏକ୍ସର୍‌ସାଇଜ୍‌ ୧୮’ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ସାମ୍ବାଦିକମାନଙ୍କ ଆଗରେ ଏକଥା କହିଛନ୍ତି ଜେନେରାଲ୍‌ ରାଓ୍ଵାତ।

ନେପାଳ ଓ ଚୀନ୍‌ ମଧ୍ୟରେ ଘନିଷ୍ଠତା ବଢୁଥିବା ସଂକ୍ରାନ୍ତରେ ରାଓ୍ଵତ୍‌ କହିଲେ, ଦେଶର ଆର୍ଥିକ ସମୃଦ୍ଧି ଆଶା କରୁଥିବା ଯେ କୌଣସି ଦେଶ ଦ୍ୱିପାକ୍ଷିକ କିଂବା ବହୁପାକ୍ଷିକ ସହଯୋଗ ଉପାୟ ଖୋଜିବାକୁ ବାଧ୍ୟ। ଚୀନ୍‌ର ଅର୍ଥବଳ ଥିବାରୁ ସେ ମନଇଚ୍ଛା ଖର୍ଚ କରୁଛି। କିନ୍ତୁ, ସେ ଭଳି ସହାୟତା ଗ୍ରହଣ କରୁଥିବା ଦେଶଗୁଡ଼ିକ ଖୁବ୍‌ ଶୀଘ୍ର ହୃଦୟଙ୍ଗମ କରିପାରିବେ ଯେ କିଛି ମାଗଣାରେ ମିଳେ ନାହିଁ। ଏ ସବୁ ବନ୍ଧନ କ୍ଷଣସ୍ଥାୟୀ ଏବଂ ବିଶ୍ୱ ସାମାଜିକ-ଆର୍ଥିକ ଦୃଶ୍ୟପଟ୍ଟ ଅନୁସାରେ ବଦଳିବାକୁ ବାଧ୍ୟ।

ସେ କହିଲେ ଯେ ସର୍ବୋତ୍ତମ ଉଦାହରଣ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା-ପାକିସ୍ତାନ ସମ୍ପର୍କ। ୭୦ ବର୍ଷ ତଳେ ସେ ସମ୍ପର୍କ ଯାହା ଥିଲା ଆଜି ତାହା ନାହିଁ। ଯେ ଯାହାହେଉ ଆମେ ସେ ଭଳି ଅସ୍ଥାୟୀ ସମ୍ପର୍କ ଲାଗି ଚିନ୍ତା କରିବା ଅନୁଚିତ। ଆମେ ଆମ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଉଚିତ।

 

ସମ୍ବନ୍ଧିତ ଖବର