ନୂଆଦିଲ୍ଲୀ: କଂଗ୍ରେସର ସଭାପତି ତଥା ବିରୋଧୀ ଇଣ୍ଡିଆ ମେଣ୍ଟର ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ବଜେଟ୍‌କୁ ନିତିଦିନିଆ ବ୍ୟାପାର ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ସେ କହିଛନ୍ତି, ବଜେଟ୍‌ ଅଭିଭାଷଣକୁ ମନଧ୍ୟାନ ଦେଇ ଶୁଣିଛନ୍ତି। ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗଙ୍କ ନିମନ୍ତେ ଏହି ବଜେଟ୍‌ରେ କିଛି ଉଲ୍ଲେଖ ନାହିଁ। ୧୦ ବର୍ଷ ନିମନ୍ତେ ସେମାନେ କଣ ପ୍ରତିଶ୍ରୁତି ଦେଇଛନ୍ତି ସେନେଇ କୌଣସି ସ୍ପଷ୍ଟ ବ୍ୟାଖ୍ୟା କରିନାହାନ୍ତି। ସେମାନେ (ବିଜେପି ନେତୃତ୍ବାଧୀନ ଏନ୍‌ଡିଏ) କେତେ ପ୍ରତିଶ୍ରୁତି ଦେଇଥିଲେ ଓ କେତେ ପୂରଣ କରିଛନ୍ତି ସେନେଇ ତୁଳନା କରିବା କଥା, ତାହା ଦେଖିବାକୁ ମିଳିନାହିଁ।