ଚିନ୍ତା କରନି, ନେପାଳ, ଭୁଟାନ ଭାରତ ସହ ସୁସମ୍ପର୍କ ରଖିବାକୁ ବାଧ୍ୟ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତର ପାରମ୍ପରିକ ବନ୍ଧୁରାଷ୍ଟ୍ର ନେପାଳ ଏବେ ଚୀନ ଆଡକୁ ଢଳୁଥିବାରୁ ଭାରତ ସରକାର ଚିନ୍ତାରେ ଅଛନ୍ତି । କିନ୍ତୁ ସେନାଧ୍ୟକ୍ଷ ବିପିନ ରାଓ୍ଵତ ଏହାକୁ ନେଇ ଆଦୌ ଚିନ୍ତିତ ନାହାନ୍ତି । ସେ କହିଛନ୍ତି ଯେ ନେପାଳ ଓ ଭୁଟାନ ପରି ଦେଶ ଭାରତ ସହ ସୁସମ୍ପର୍କ ରଖିବାକୁ ବାଧ୍ୟ, କାରଣ ଏମାନଙ୍କର ଭୌଗୋଳିକ ସ୍ଥିତି ହିଁ ସେହିପରି ରହିଛି । ବିମଷ୍ଚେକ ମିଲିଟାରୀ ଏକସରସାଇଜର ଶେଷ ଦିନରେ ଅବସ୍ଥିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ଏସିଆରେ ଚୀନ ହିଁ ଭାରତର ପ୍ରମୁଖ ପ୍ରତିଦ୍ୱନ୍ଦୀ । ଉଭୟ ଦେଶ ଦକ୍ଷିଣ-ଏସିଆରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ପ୍ରତିଯୋଗିତା କରୁଛନ୍ତି । କିନ୍ତୁ ଦକ୍ଷିଣ ଏସିଆର ଭୁଗୋଳ ଭାରତ ସପକ୍ଷରେ ଅଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ବଙ୍ଗୋପସାଗରୀୟ ଅଂଚଳରେ ଅବସ୍ଥିତ ଦେଶଗୁଡ଼ିକୁ ନେଇ ଗଠିକ ସଂଗଠନ ବିମଷ୍ଟେକ୍‌ ପକ୍ଷରୁ ହେଉଥିବା ସାମରୀକ ଅଭ୍ୟାସରେ ଭାଗ ନେବା ପାଇଁ ନେପାଳ ଶେଷ ମୁହୂର୍ତ୍ତରେ ମନା କରିଦେଇଥିଲା । ଚୀନ ଚାପରେ ନେପାଳ ଏହା କରିଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର