ହେଗ୍: ୧୯୯୦ରୁ ସେ ବୌଦ୍ଧ ଶିକ୍ଷକମାନଙ୍କ ଯୌନ ଉତ୍ପୀଡ଼ନ କଥା ଜାଣନ୍ତି ଏବଂ ଏ ଭଳି ଅଭିଯୋଗ କିଛି ନୂଆ ନୂଆ ନୁହେଁ ବୋଲି ରବିବାର ଦିନ ଦଲାଇ ଲାମା କହିଛନ୍ତି।
ବିଶ୍ୱରେ ନିୟୁତ ନିୟୁତ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ୱାରା ବନ୍ଦନୀୟ ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଚାରିଦିନିଆ ନେଦର୍ଲାଣ୍ଡ୍ସ୍ ଗସ୍ତ ସମୟରେ ଏ କଥା ସ୍ୱୀକାର କରିଛନ୍ତି। ସେଠାରେ ଶୁକ୍ରବାର ଦିନ ବୌଦ୍ଧ ଶିକ୍ଷକମାନଙ୍କ ଯୌନ ଉତ୍ପୀଡ଼ନରେ ସରବ୍ୟ ହୋଇଛନ୍ତି ବୋଲି ଅଭିଯୋଗ ଉଠିଥିବା ପୀଡ଼ିତମାନଙ୍କୁ ଭେଟିଥିଲେ।
ଇଉରୋପ୍ ଗସ୍ତର ଅଂଶବିଶେଷ ଭାବେ ଦଲାଇ ଲାମା ପୀଡ଼ିତମାନଙ୍କୁ ଭେଟନ୍ତୁ ବୋଲି ସେମାନେ ଆବେଦନ ପତ୍ର ଦେଇଥିଲେ। ସେମାନେ ଲେଖିଥିଲେ କି, ଖୋଲା ମନ ଏବଂ ହୃଦୟର ସହ ଆମେ ବୌଦ୍ଧବାଦରେ ଆଶ୍ରିତ ହୋଇଥିଲୁ, କିନ୍ତୁ ବୌଦ୍ଧବାଦ ନାମରେ ଦୁଷ୍କର୍ମର ସରବ୍ୟ ହେଲୁ।
ବିଳମ୍ବିତ ଶନିବାରେ ଡଚ୍ ପବ୍ଲିକ୍ ଟେଲିଭିଜନ୍ ଏନ୍ଓଏସ୍ରେ ଦଲାଇ ଲାମା କହିଲେ: ଏ କଥା ମୁଁ ଜାଣେ, କିଛି ନୂଆ ନୁହେଁ। ୨୫ ବର୍ଷ ତଳେ ହିମାଚଳ ପ୍ରଦେଶର ପାର୍ବତ୍ୟ ନଗରୀ ଧର୍ମଶାଳା ଠାରେ ଏକ ପଶ୍ଚିମୀ ବୌଦ୍ଧୀୟ ଶିକ୍ଷକ ସମ୍ମିଳନୀରେ ବ୍ୟଭିଚାର ସଂକ୍ରାନ୍ତରେ କେହି ଜଣେ ଫେରାଦ ହୋଇଥିଲା।
୮୩ ବର୍ଷିୟ ଦଲାଇ ଲାମା ଧର୍ମଶାଳାରେ ନିର୍ବାସିତ ଜୀବନ ଯାପନ କରୁଛନ୍ତି।
ଯୌନ ଉତ୍ପୀଡ଼କମାନେ ବୁଦ୍ଧଙ୍କର ବାଣୀକୁ ଖାତର କରନ୍ତି ନାହିଁ। ତେଣୁ ଏବେ ସବୁ କଥା ପଦାରେ ପଡ଼ିଲା, ଲୋକେ ନିଜର ଲଜ୍ଜା ବିଷୟରେ ସଚେତନ ହୋଇ ପାରନ୍ତି।
ତିବ୍ଦତୀୟ ଆଧ୍ୟାତ୍ମିକ ନେତାଙ୍କର ଇଉରୋପସ୍ଥିତ ପ୍ରତିନିଧି ସେତେନ୍ ସାମଦୁପ୍ ଛୋଏକ୍ୟାପା ଶୁକ୍ରବାର ଦିନ କହିଥିଲେ ଯେ ଦଲାଇ ଲାମା ସର୍ବଦା ଏଭଳି ଦାୟିତ୍ୱହୀନ ଏବଂ ଅନୈତିକ ଆଚରଣକୁ ନିନ୍ଦା କରି ଆସିଛନ୍ତି।
ନଭେମ୍ବର ମାସରେ ଧର୍ମଶାଳା ଠାରେ ତିବ୍ଦତୀୟ ଆଧ୍ୟାତ୍ମିକ ନେତାମାନେ ଏକତ୍ର ହେବେ।
ଦଲାଇ ଲାମା କହିଛନ୍ତି: ସେତେବେଳେ ଏ ବିଷୟରେ ସେମାନେ କଥାବର୍ତ୍ତା ହେବେ। ମୋ ବିଚାରରେ ଧର୍ମିକ ନେତାମାନେ ଅଧିକ ଧ୍ୟାନ ଦେବା ଉଚିତ।