ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଗୁଜରାଟରେ ‘ଏକ୍ସଇ କରୋନାଭାଇରସ୍‌’ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲେ ସୁଦ୍ଧା ଭୟର କାରଣ ନାହିଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

Advertisment

‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ (ଏନ୍‌ଟିଏଜିଆଇ) ମୁଖ୍ୟ ଏନ୍‌.କେ. ଅରୋରା କହିଛନ୍ତି, ‘ଏକ୍ସ୍‌’ ସିରିଜ୍‌ର ଓମିକ୍ରନ୍‌ ଭେରିଏଣ୍ଟ୍‌ ସାଙ୍ଘାତିକ ଅସୁସ୍ଥତା ସୃଷ୍ଟି କରୁନାହିଁ। ଭାରତୀୟ ଡାଟା ଅନୁସାରେ, ଏହାର ସଙ୍କ୍ରମଣ ବେଗ ମଧ୍ୟ ଅତି ଦ୍ରୁତ ନୁହେଁ।

ସେ କହିଛନ୍ତି, ଓମିକ୍ରନ୍‌ ଅନେକ ନୂଆ ଭେରିଏଣ୍ଟ୍‌ ଉତ୍ପତ୍ତି କରୁଛି। ‘ଏକ୍ସ୍‌ଇ’ ଏବଂ ଅନ୍ୟାନ୍ୟ ଭେରିଏଣ୍ଟ୍‌ ଭଳି ଏହା ହେଉଛି ‘ଏକ୍ସ’ ସିରିଜ୍ର ଅଂଶବିଶେଷ। ଏଭଳି ଭେରିଏଣ୍ଟ୍‌ ସବୁ ବାହାରିବେ। ଭୟ କରିବାର କାରଣ ନାହିଁ। ଭାରତୀୟ ତଥ୍ୟାବଳୀରୁ ଏବେ ଯାହା ଜଣାପଡୁଛି ଏହି ଭେରିଏଣ୍ଟ୍‌ର ବିସ୍ତାର ସେତେ ଦ୍ରୁତ ନୁହେଁ।

publive-image Image Courtesy of Mint

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ମୁମ୍ବାଇରେ ଟିକା ଡୋଜ୍‌ ସମ୍ପୂର୍ଣ୍ଣ କରିଥିବା ଜଣେ ୬୭ ବର୍ଷିୟ ବୃଦ୍ଧ ‘ଏକ୍ସଇ’ ଭେରିଏଣ୍ଟ୍‌ଦ୍ବାରା ସଂକ୍ରମିତ ହୋଇଥିଲେ। ଏହି ଭୂତାଣୁଦ୍ବାରା ଗୁଜରାଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣକ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇଯାଇଥିବା କଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୮୬୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୬ମୃତ୍ୟୁ ରେକର୍ଡ କରାଯାଇଛି।