ମାସ୍କ, ସାନିଟାଇଜର ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ମାସ୍କ ଏବଂ ହ୍ୟାଣ୍ଡ୍‌ ସାନିଟାଇଜର୍‌ର ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ । ‘ଜଷ୍ଟିସ୍‌ ଫର୍‌ ରାଇଟ୍‌ସ ଫାଉଣ୍ଡେସନ୍‌’ର ଆବେଦନ ଆଧାରରେ ସୁପ୍ରିମକୋର୍ଟ ମାସ୍କ ଏବଂ ସାନିଟାଇଜର ଦର ବୃଦ୍ଧି ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ କରିଛନ୍ତି ଏବଂ ଏବାବଦ ଜବାବ ମାଗିଛନ୍ତି। ଆବେଦନକାରୀ ଦାବି କରିଛନ୍ତି ଯେ, କରୋନା ଭାଇରସ୍‌ ପାଇଁ ମାସ୍କ ଏବଂ ସାନିଟାଇଜର୍‌ ଚାହିଦା ବଢ଼ିଥିବାରୁ ମେଡିସିନ୍‌ ଷ୍ଟୋର୍‌ମାନଙ୍କ‌ରେ ଏମ୍‌ଆରପିଠାରୁ ଏହା ଅଧିକ ଦାମ୍‌ରେ ବିକ୍ରି ହେଉଛି। ଏହାଦ୍ବାରା ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ଲୋକେ ବହୁତ ପ୍ରଭାବିତ ହେବେ ବୋଲି କୁହାଯାଇଛି। ଗରିବମାନେ ଅଧିକ ମୂଲ୍ୟ ଦେଇ ମାସ୍କ କିଣିପାରିବେ ନାହିଁ ବୋଲି ପିଟିସନ୍‌ରେ କୁହାଯାଇଛି। ସରକାର ମାସ୍କ ଏବଂ ହ୍ୟାଣ୍ଡ୍‌ ସାନିଟାଇଜର୍‌କୁ ଅତ୍ୟାବଶ୍ୟକ ସାମଗ୍ରୀ ଘୋଷଣା କରିଥିଲେ ଏବଂ ମାସ୍କ , ସାନିଟାଇଜର୍‌ର ନିର୍ଦ୍ଧାରିତ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଏହା ସ‌ତ୍ତ୍ବେ କିଛି ମେଡିସିନ୍‌ ଷ୍ଟୋର୍‌ ଚଢ଼ା ଦରରେ ମାସ୍କ ଏବଂ ହ୍ୟ‌ାଣ୍ଡ୍‌ ସାନିଟାଇଜର ବିକ୍ରି କରୁଛନ୍ତି। କିନ୍ତୁ କ‌ରୋନା ମୁକାବିଲା ‌କ୍ଷେତ୍ରରେ ଏନ୍‌୯୫ ମାସ୍କ ଏବଂ ହ୍ୟାଣ୍ଡ୍‌ ସାନିଟାଇଜର ବିକ୍ରି ଓ ବଣ୍ଟନରେ ସ୍ବଚ୍ଛତା ରହୁ ବୋଲି ଏହି ପିଟିସନ୍‌ରେ ଦର୍ଶାଯାଇଛି। ‌‌କୋର୍ଟ ଆସନ୍ତାକାଲି ଏହି ମାମଲାର ଶୁଣାଣି ରଖିଛନ୍ତି।

ସମ୍ବନ୍ଧିତ ଖବର