ନୂଆଦିଲ୍ଲୀ: ଜାତୀୟ ମହିଳା କମିସନ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ମାଗି ନୋଟିସ ଜାରି କରିଛନ୍ତି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଜେରା କରାଯିବା ପ୍ରସଙ୍ଗରେ ଗଣମାଧ୍ୟମକୁ ବୟାନ ଦେବା ବେଳେ ଚୌଧୁରୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ଦୁଇ ଥର କହିଥିଲେ। ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଜାତୀୟ ମହିଳା ଆୟୋଗ ଚୌଧୁରୀଙ୍କୁ ନୋଟିସ୍ ଜାରି କରି ଅଗଷ୍ଟ ୩ରେ ପ୍ୟାନେଲରେ ହାଜର ହେବାକୁ କହିଛନ୍ତି। ଚୌଧୁରୀଙ୍କ ଶବ୍ଦ ଅପମାନଜନକ ଏବଂ ମହାମହିମଙ୍କୁ ଅପମାନିତ କରିବାର ପ୍ରୟାସ ବୋଲି କମିସନ ଏକ ବିବୃତିରେ କହିଛନ୍ତି। ସୋନିଆ ଗାନ୍ଧି ଏଥିରେ ହସ୍ତକ୍ଷେପ କରି ଚୌଧୁରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କମିସନ ଚିଠି ଲେଖିଛନ୍ତି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ମଧ୍ୟ ଚୌଧୁରୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ ହୋଇଛି।
ଅଧୀର ରଂଜନଙ୍କୁ ଜାତୀୟ ମହିଳା କମିସନଙ୍କ ନୋଟିସ
/sambad/media/post_attachments/wp-content/uploads/2019/06/adhir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)