କେନ୍ଦ୍ର ଗୃହମନ୍ତ୍ରାଳୟର ବିଜ୍ଞପ୍ତି: କୁଖ୍ୟାତ ଆତଙ୍କୀ ହାଫିଜ୍‌ ସୟିଦର ପୁଅ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ କୁଖ୍ୟତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ମୁଖିଆ ହାଫିଜ୍‌ ସୟିଦର ପୁଅ ତହ୍ଲା ହାଫିଜ୍‌କୁ ୟୁଏପିଏ ଆଇନ ଅଧୀନରେ ଆତଙ୍କବାଦୀ ଘୋଷଣା କରିଛି। ତହ୍ଲା ସୟିଦ ଏବେ ଲସ୍କର ଆତଙ୍କବାଦୀ ସଂଗଠନର ମୌଲବୀ ଶାଖା ମୁଖିଆ ରହିଛି । ଗତକାଲି ପାକିସ୍ତାନର ଏକ ଅଦାଲତ ହାଫିଜକୁ ୩୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ତହ୍ଲା ସୟିଦ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସଂଚାଳନ କରୁଥବା ସହ ଜିହାଦ ପାଇଁ ତାଲିମ ଦେଉଥିବା ପ୍ରମାଣ ଭାରତ ପାଖରେ ରହିଛି । ଭାରତରେ ଜିହାଦ ପାଇଁ କାଶ୍ମୀରରେ ନୂଆ ଆତଙ୍କବାଦୀ ନିଯୁକ୍ତିରେ ମଧ୍ୟ ମୁଖ୍ୟ ଭୂମିକା ନିର୍ବାହ କରୁଛି। ଏଥିପାଇଁ ଗୃହମନ୍ତ୍ରାଳୟ ତହ୍ଲାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର