ଖଲିସ୍ଥାନୀ ସମର୍ଥକଙ୍କ ୧୨୦୦ ଟ୍ବିଟର ଆକାଉଣ୍ଟ୍‌ ବନ୍ଦ ପାଇଁ ନୋଟିସ୍‌

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନ ସମର୍ଥିତ ପାଖାପାଖି ୧୨୦୦ ଟ୍ବିଟର ଆକାଉଣ୍ଟ୍‌କୁ ନିଷିଦ୍ଧ କିମ୍ବା ବନ୍ଦ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟର କମ୍ପାନିକୁ ଅବଗତ କରାଯାଇଛି। ଏହି ସବୁ ଆକାଉଣ୍ଟ୍‌ ଭିତରେ ଏମିତି ଅନେକ ଆକାଉଣ୍ଟ୍‌ ରହିଛି ଯେଉଁଥିରେ ସ୍ବୟଂକ୍ରିୟ ଭାବେ ଚାଷୀ ଆନ୍ଦୋଳନ ସମ୍ପର୍କରେ ଭୁଲ ସୂଚନା ସବୁ ସାମାଜିକ ଗଣମାଧ୍ୟମରେ ବଢ଼ାଇ ଚଢ଼ାଇ ପ୍ରସାରଣ କରାଯିବା ସହ ଆନ୍ଦୋଳନକୁ ଭଡ଼କାଇବା ଭଳି ଉଦ୍ୟମ କରାଯାଉଥିବା

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୪ ତାରିଖରେ ଟ୍ବିଟରକୁ ଏ ସମ୍ପର୍କରେ ନୋଟିସ୍‌ ଜାରି କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଗଲା କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଆମ ନୋଟିସର ପ୍ରତିକ୍ରିୟା ନ ରଖିଲେ ସେମାନେ (ଟ୍ବିଟର କର୍ତ୍ତୃପକ୍ଷ) ଅଦାଲତର ଆଶ୍ରୟ ନେଇପାରିବେ, ତେବେ ସେ ପର୍ଯ୍ୟନ୍ତ ସେମାନଙ୍କୁ ଦେଶର ନୀତିନିୟମ ମାନିବାକୁ ହେବ ବୋଲି ଏହି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର