ମୁକେଶ ଜୈନ ମାମଲା ଦିଲ୍ଲୀ ସ୍ଥାନାନ୍ତର ଲାଗି ଆବେଦନ, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଗତବର୍ଷ ଉପୁଜିଥିବା ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ତତ୍କାଳୀନ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ଦାରା ସେନାର ମୁଖ୍ୟ ମୁକେଶ ଜୈନଙ୍କ ବିରୋଧରେ ୪ଟି ମାମଲା ରୁଜୁ କରାଯାଇଥିଲା। ଉକ୍ତ ମାମଲାଗୁଡ଼ିକୁ ଏକତ୍ର କରାଯାଇ ଏହାର ଶୁଣାଣିକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ରିଟ୍ ପିଟିସନ୍ ଦାଖଲ କରାଯାଇଛି। ଏହି ରିଟ୍ ପିଟିସନ୍‌ର ଶୁଣାଣି ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୁପ୍ରିମ୍‌କୋର୍ଟର ବିଚାରପତି ଏ.ଏମ୍. ଖାନ୍‌ୱିଲ୍‌କର ଓ ବିଚାରପତି ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ହୋଇଥିଲା। ଏହାର ଶୁଣାଣି କରି ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ମେ ୭ ସୁଦ୍ଧା ଜବାବ ତଲବ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୌତମ ଦାସ ମାମଲାର ପରିଚାଳନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ମୁକେଶ ଜୈନଙ୍କ ବିରୋଧରେ ୪ଟି ମାମଲା ଭିନ୍ନ ଭିନ୍ନ ସ୍ଥାନରେ ରୁଜୁ କରାଯାଇଥିବା ବେଳେ ଚଳିତ ମାସ ୬ ତାରିଖରେ ଓଡ଼ିଶା ହାଇକୋର୍ଟ ଦ୍ୱାରା ଗୋଟିଏ ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର