ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି ନକରିବା ପାଇଁ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଆବାସ ନିର୍ଦ୍ଦେଶାଳୟ (ଡାଇରେକ୍ଟରେଟ ଅଫ ଇଷ୍ଟେଟ୍ସ) । ସହରାଞ୍ଚଳ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହି ତୃଣମୂଳ କଂଗ୍ରେସ ନେତାଙ୍କୁ ଗତ ବର୍ଷ ଡିସେମ୍ବର ୮ ରେ ଲୋକସଭାରୁ ବହିଷ୍କାର କରାଯାଇଥିଲା ଏବଂ ପରେ ତାଙ୍କ ସରକାରୀ ବାସଗୃହ ଆବଣ୍ଟନ ବାତିଲ ହୋଇଥିବାରୁ ଜାନୁଆରୀ ୭ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।
ଏହି ମାମଲାରେ ଡିଓଇ ତାଙ୍କୁ ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ କହିଛନ୍ତି। ଏପର୍ଯ୍ୟନ୍ତ କାହିଁକି ସେ ସରକାରୀ ବଙ୍ଗଳା ଖାଲି କରିନାହାନ୍ତି, ସେ ନେଇ ମହୁଆ ମୋଇତ୍ରାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ୩ ଦିନ ମଧ୍ୟରେ ଜବାବ ମାଗିଛନ୍ତି। ''
ଲୋକସଭାରୁ ବହିଷ୍କାର ପରେ ସରକାରୀ ଆବାସ ଆବଣ୍ଟନ ବାତିଲ ହୋଇଥିବାରୁ ଜାନୁଆରୀ ୭ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶକୁ ମହୁଆ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାମଲାର ବିଚାର କରି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ କହିଥିଲେ ଯେ ନିୟମ ଅନୁଯାୟୀ, ଅସାଧାରଣ ପରିସ୍ଥିତିରେ ସରକାରୀ ଫି' ପୈଠ କରି ବ୍ୟକ୍ତିଙ୍କୁ ୬ ମାସ ରହିବାକୁ ଅନୁମତି ଦେଇପାରିବେ। ତେବେ ଏ ନେଇ ଡିଓଇର ଦ୍ବାରସ୍ଥ ହେବାକୁ କୋର୍ଟ ମହୁଆଙ୍କୁ କହିଥିଲେ ।