ସୁଗମ ହେଲା ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ପ୍ରଦାନ ବ୍ୟବସ୍ଥା; ବିଦେଶରେ ଆଉ ଅସୁବିଧାର ସମ୍ମୁଖୀନ ହେବେନି ଭାରତୀୟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏବଂ ଏସଂପକର୍ରେ ଚଳିତମାସ ୨୬ତାରିଖରେ ଏକ ବତଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।

ଭାରତ ଆନ୍ତର୍ଜାତିକ ସଡକ ପରିବହନ ଚୁକ୍ତି ୧୯୪୯ (ଜେନେଭା ଚୁକ୍ତି)ରେ ସ୍ୱାକ୍ଷର କରିଥିବାରୁ ଆଇଡିପି ବା ଆର୍ନ୍ତଜାତିକ ଡ୍ରାଇଭିଂ ପରିମିଟ୍ ଯୋଗାଇ ଦେବାକୁ ବାଧ୍ୟ । ଭାରତ ଏହି ଚୁକ୍ତି ଅନୁସାରେ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କ ସହିତ ନିଜ ଦେଶର ନାଗରିକଙ୍କୁ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ଯୋଗାଇ ଦେବା ସହ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରରେ ଭାରତୀୟଙ୍କ ପାଇଁ ଅନୁରୂପ ପରମିଟ୍ ପାଇବାକୁ ହକ୍‌ଦାର ।

ଏବେ ବିଭିନ୍ନ ରାଜ୍ୟରେ ପ୍ରଦାନ କରାଯାଉଥିବା ଏହି ଆଇଡିପିର ଫର୍ମାଟ, ଆକାର, ପାଟର୍ଣ୍ଣ ଓ ରଙ୍ଗ ଆଦି ଭିନ୍ନ ଭିନ୍ନ। ଏହି କାରଣରୁ ଭାରତର ବିଭିନ୍ନ ରାଜ୍ୟର ଆଇଡିପିଧାରୀ ବିଦେଶରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏବେ ଏହି ସଂଶୋଧନ ଫଳରେ ଭାରତରେ ପ୍ରଦାନ କରାଯାଉଥିବା ସମସ୍ତ ଆଇଡିପିର ଫର୍ମାଟ, ସାଇଜ ଓ ରଙ୍ଗ ଏକପ୍ରକାର ହେବ । ଜେନେଭା ଚୁକ୍ତିର ସର୍ତ୍ତକୁ ଅନୁପାଳନ କରି ଏହି ସଂଶୋଧନ କରାଯାଇଛି । ଆହୁରି ମଧ୍ୟ ଆଇଡିପିକୁ ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୁକ୍ତ କରିବା ପାଇଁ କ୍ୟୁଆର କୋଡ୍‌ର ବ୍ୟବସ୍ଥା ରହିଛି । ଆଇଡିପି ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ୧୯୮୯ ଭାରତୀୟ ମୋଟର ଯାନ ଆଇନକୁ ଅଧିକ ବିସ୍ତାରିତ କରାଯାଇଛି । ଏଥିପାଇଁ ହେଲପ୍ ଲାଇନ ନମ୍ବର ଓ ଇମେଲ ଆଡ୍ରେସ ଯୋଗାଣର ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର