ୱାଶିଂଟନ୍: ନୋଭାଭାକ୍ସର କରୋନା ଟିକା କରୋନାଭାଇରସ୍ ପ୍ରକାରଗୁଡିକ ସହିତ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି ଆମେରିକାର ଏକ ବୃହତ ଅଧ୍ୟୟନରୁ ଜଣାପଡିଛି | ଏନେଇ ଟିକା ପ୍ରସ୍ତୁତକାରୀ କମ୍ପାନି ନୋଭାଭାକ୍ସ ଆଜି ଟୁଇଟ କରି ସୂଚନା ଦେଇଛି |
ଅଧ୍ୟୟନରୁ ଜଣାପଡିଛି ଯେ, ଟିକା ମଧ୍ୟମ ଏବଂ ଗୁରୁତର ରୋଗୀଙ୍କୁ ୧୦୦% ସୁରକ୍ଷା ଦେବାକୁ ସମର୍ଥ | ଟିକା ମୋଟ ୯୦.୪% ଫଳପ୍ରଦ ହୋଇଥିବା ନେଇ କମ୍ପାନି କହିବା ସହ ଅଧ୍ୟୟନରେ ଆମେରିକା ଏବଂ ମେକ୍ସିକୋର ୧୧୯ଟି ସାଇଟରେ ୨୯,୯୬୦ ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇଥିବା କହିଛି ନୋଭାଭାକ୍ସ।
ମେରିଲ୍ୟାଣ୍ଡରେ ନୋଭାଭାକ୍ସର ଥିବା ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କମ୍ପାନି ୨୦୨୧ର ତୃତୀୟ ତ୍ରୟମାସିକ ସୁଦ୍ଧା ନିୟାମକ ଅନୁମୋଦନ ପାଇଁ ଆବେଦନ କରିବାକୁ ଚାହୁଁଛି। ଏହା ସହ ତୃତୀୟ ତ୍ରୟମାସିକ ଶେଷ ସୁଦ୍ଧା ମାସକୁ ନୋଭାଭାକ୍ସ କରୋନା ଟିକାର ୧୦୦ ମିଲିୟନ୍ ଡୋଜ ଏବଂ ବର୍ଷ ଶେଷ ସୁଦ୍ଧା ମାସକୁ ୧୫୦ ମିଲିୟନ୍ ଡୋଜ ପ୍ରସ୍ତୁତ କରିବା ପ୍ରସ୍ତୁତ ହେଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/t-74.jpg)