ଭାରତରେ ଉତ୍ପାଦନ ହେଲା ଆଉ ଏକ ବିଦେଶୀ ଟିକା ‘ନୋଭାଭାକ୍ସ

ପୁଣେ : ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଆମେରିକୀୟ ଟିକା ନୋଭାଭାକ୍ସର ଉତ୍ପାଦନ ଆରମ୍ଭ କରିଛି । ଏହା ଫଳରେ ଭାରତରେ କରୋନା ଟିକାର ଉପଲବ୍ଧତା ଆହୁରି ବଢିବାର ସମ୍ଭାବନା ରହିଛି । ଗତ କାଲି ସିରମ ଇନଷ୍ଟିଚ୍ୟୁଟର ଏମଡି ଅଦର ପୁନାଓ୍ବାଲା ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଲେଖିଥିଲେ ଯେ ଆମେରିକୀୟ ଟିକା ନୋଭାଭାକ୍ସର ପ୍ରଥମ ବ୍ୟାଚ ଟିକା ଚଳିତ ସପ୍ତାହରେ ଉତ୍ପାଦନ ହୋଇଛି । ୧୮ ବର୍ଷରୁ କମ ବୟସ ଅର୍ଥାତ ଆମ ଭବିଷ୍ୟତ ପିଢିକୁ ସୁରକ୍ଷା କରିବାରେ ଏହା ସହାୟକ ହୋଇପାରିବ । ଏହି ବୟସ ଶ୍ରେଣୀ ପାଇଁ ଏହି ଟିକାର ପରୀକ୍ଷଣ ଏବେ ଜାରି ରହିଛି ।

ଗତ ୧୪ ତାରିଖରେ ଏହି ଟିକାର ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ପ୍ରକାଶିତ ହୋଇଥିଲା । ସେଥିରେ କୁହାଯ଼ାଇଛି ଯ଼େ ଏହି ଟିକା କରୋନା ଭୁତାଣୁର ବିଭିନ୍ନ ପ୍ରକାର ବିରୋଧରେ ପ୍ରାୟ ୯୦.୪ ପ୍ରତିଶତ ପ୍ରଭାବୀ । ୩ୟ ପର୍ଯ୍ୟାୟ ପରୀକ୍ଷଣ ଲାଗି କମ୍ପାନି ପକ୍ଷରୁ ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ୧୯,୯୬୦ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯ଼ାଇଥିଲା । ଏହି ପରୀକ୍ଷଣରୁ ଜଣାପଡ଼ିଥିଲା ଯ଼େ ଟିକାଟି ମାନବ ଶରୀର ପାଇଁ ବେଶ ନିରାପଦ ଓ କରୋନା ଭୁତାଣୁର ନିବାରଣ ପାଇଁ ପ୍ରଭାବୀ ।

ସମ୍ବନ୍ଧିତ ଖବର