ନୂଆଦିଲ୍ଲୀ: ୬ ଫେବ୍ରୁଆରି ସୁଦ୍ଧା ୧୨୬୫ଟି ବିମାନରେ ଭାରତ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କ ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି। ଆଜି ଜଣେ ଚୀନ୍ ନାଗରିକ ପୁନେରେ ଏୟାର ଇଣ୍ଡିଆ ବିମାନରେ ବାନ୍ତି କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନଟି ଦିଲ୍ଲୀ ଅଭିମୁଖେ ଉଡ଼ାଣ ପୂର୍ବରୁ ଏହି ଘଟଣା ଘଟିଥିଲା। ଚୀନ୍ର ଉହାନ୍ରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି। ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ବିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ଜରିଆରେ ୬୫୫୮ ଲୋକଙ୍କ ନିରୀକ୍ଷଣ ଓ ଯାଞ୍ଚ କରାଯାଇଛି। ଉହାନ୍ରେ ଏବେ ବି ୮୦ ଜଣ ଭାରତୀୟ ଛାତ୍ର ଅଛନ୍ତି ବୋଲି ଆଜି ରାଜ୍ୟସଭାରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି।
ଭାରତରେ ୧,୩୮,୭୫୦ ଜଣଙ୍କ ଥର୍ମାଲ୍ ସ୍କ୍ରିନିଂ, ଏବେ ବି ଉହାନ୍ରେ ଅଛନ୍ତି ୮୦ ଭାରତୀୟ ଛାତ୍ର
/sambad/media/post_attachments/wp-content/uploads/2020/01/corona-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)