ରାଜସ୍ଥାନର ଏହି ମ୍ୟୁଜିୟମ୍‌ରେ ଟୁରିଷ୍ଟ୍‍ ଗାଇଡ ଭାବେ ନିଯୁକ୍ତ ହେବ ରୋବର୍ଟ

ଜୟପୁର: ପୂର୍ବରୁ ସାରକାରୀ ଅଫିସ୍‌ଗୁଡ଼ିକରେ ଏବଂ ଟୁରିଷ୍ଟ୍‍ ଗାଇଡ୍‌ ଭାବେ ରୋବର୍ଟ ନିୟାଜିତ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା। ସେଦିନ ଆଉ ବେଶି ଡେରି ନାହିଁ। ରାଜସ୍ଥାନର ଜୟପୁର୍‌ରେ ଥିବା ପ୍ରସିଦ୍ଧ ‘ଓ୍ଵାକ୍ସ ମିୟ୍ୟୁଜିୟମ୍‌’ରେ ଖୁବ୍‌ ଶୀଘ୍ର ଟୁରିଷ୍ଟ୍‍ ଗାଇଡ୍‌ ଭାବେ ରୋବର୍ଟ ନିୟୋଜିତ କରାଯିବ ବୋଲି ଜାଣିବାକୁ ମିଳିଛି। ମିୟ୍ୟୁଜିୟମ୍‌ରେ ୫ ଫୁଟ୍‌ ୧୦ ଇଞ୍ଚ୍‌ର ଏହି ରୋବର୍ଟ ରଖାଯିବ। ପର୍ଯ୍ୟଟଙ୍କ ସହ ରୋବର୍ଟ ଇଂରାଜି ଭାଷାରେ କଥା ହେବ। ରୋବର୍ଟଟି ନିଜ ମୁଣ୍ଡକୁ ୨୮ ଡିଗ୍ରି ପର୍ଯ୍ୟନ୍ତ ଘୂରାଇ ପାରିବ। ହାତଚାଳନା କରି ପଥ ମଧ୍ୟ ଦେଖାଇବ।

ଏ ସଂପର୍କରେ ମିୟ୍ୟୁଜିୟମ୍‌ର ନିର୍ମାତା ତଥା ନିର୍ଦ୍ଦେଶକ କହିଛନ୍ତି, ‘ଏହି ରୋବର୍ଟ ପର୍ଯ୍ୟଟକମାନଙ୍କୁ ଅଭିନନ୍ଦନ ଜଣାଇବ। ଏହା ପର୍ଯ୍ୟଟକମାନଙ୍କୁ ଏକ ଉତ୍ତମ ଟୁରିଷ୍ଟ୍‍ ଗାଇଡ୍‌ ଭାବେ ପଥ ଦେଖାଇବ। ପର୍ଯ୍ୟଟକମାନଙ୍କୁ ପ୍ରଥମେ ଗୀତ ଗାଇ ସ୍ୱାଗତ କରିବ ତା’ପରେ ମିୟ୍ୟୁଜିୟମ୍‌ ସଂପର୍କରେ ବାର୍ତ୍ତା ପ୍ରଦାନ କରିବ। ରୋବର୍ଟ ଛାତିରେ ୭ ଇଞ୍ଚ୍‌ର ଏକ ଟିଭି ବି ଲଗାଯାଇଛି। ରୋବର୍ଟ ଯାହା ସବୁ କହିବ ତାହା ସେ ଟିଭି ସ୍କ୍ରିନ୍‌ରେ ଲେଖା ହୋଇଯିବ। ଅନେକ ଦିନ ହେବ ମିୟ୍ୟୁଜିୟମ୍‌ରେ କିଛି ନୂଆ କରିବାର ଇଚ୍ଛା ଥିଲା। ଏହି ରୋବର୍ଟ ଚିନ୍ତାଧାରା ପର୍ଯ୍ୟଟକଙ୍କୁ ନିଶ୍ଚୟ ଆକର୍ଷିତ କରିବ।’

ସମ୍ବନ୍ଧିତ ଖବର