ପାକ୍‌ ଛାଡ଼ିଲେ ଅଜୟ ବିସାରିଆ, ୧୩ ଭାରତୀୟ କୂଟନୀତିଜ୍ଞ ପରିବାର ଦିଲ୍ଲୀ ପହଞ୍ଚିଲେ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଯିବା ପରେ ଭାରତ-ପାକିସ୍ତାନ କୂଟନୈତିକ ସଂପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିସନର ଅଜୟ ବିସାରିଆ ଆଜି ଇସ୍‌ଲାମାବାଦ ଛାଡ଼ିଛନ୍ତି। ଦୋହା ଦେଇ ଆଜି ରାତିରେ ସେ ନୂଆଦିଲ୍ଲୀରେ ପହଞ୍ଚିବେ। ଅନ୍ୟପକ୍ଷରେ ପାକିସ୍ତାନର କୂଟନୀତିଜ୍ଞମାନେ ମଧ୍ୟ ଭାରତ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୂଟନୈତିକ ସଂପର୍କ ହ୍ରାସ ପାଇଁ ପାକିସ୍ତାନର ଏକତରଫା ଘୋଷଣା ପରେ ଆଜି ୧୩ ଜଣ ଭାରତୀୟ କୂଟନୀତିଜ୍ଞ ସେମାନଙ୍କ ପରିବାର ସହ ପାକିସ୍ତାନ ଛାଡ଼ିଛନ୍ତି। ତେବେ ଏହି କୂଟନୀତିଜ୍ଞମାନେ ସ୍ଥାୟୀ ଭାବେ କିମ୍ବା ଆସ୍ଥାୟୀ ଭାବେ ପାକ୍‌ ଛାଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର