ନୂଆଦିଲ୍ଲୀ: ଦେଶରେ ଏବେ ଆର୍ଟି-ପିସିଆର୍ ଟେଷ୍ଟ୍ କ୍ଷମତା ଦୈନିକ ୧୬ ଲକ୍ଷ ରହିଛି ଏବଂ ରୢାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କ୍ଷମତା ଦୈନିକ ୧୭ ଲକ୍ଷ ରହିଛି। ଏବେ ସବୁ ସରକାରୀ ହସ୍ପିଟାଲରେ ଏଣ୍ଟିଜେନ୍ ଟେଷ୍ଟ ପାଇଁ ଅନୁମତି ଦିଆଯାଇଥିବା ଆଇସିଏମ୍ଆର୍ ଡିଜି ଡ. ବଳରାମ ଭାର୍ଗବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ସରକାର ଆର୍ଟିପିସିଆର୍ ଟେଷ୍ଟ୍ ଅପେକ୍ଷା ରୢାପିଡ୍ ଏଣ୍ଟିଜେନ୍ ଟେଷ୍ଟ୍ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଡ. ଭାର୍ଗବ କହିଛନ୍ତି ଯେ ଥରେ ଟେଷ୍ଟ୍ ପଜିଟିଭ୍ ଆସିବା ପରେ ବାରମ୍ଭାର ଆର୍ଟି-ପିସିଆର୍ ଟେଷ୍ଟ୍ କରିବା ଉଚିତ ନୁହେଁ। ଜଣେ ଯଦି ସଂପୂର୍ଣ୍ଣ ସୁସ୍ଥ ଅଛି, ତ’ହେଲେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ଆଦୌ ଆବଶ୍ୟକ ନାହିଁ। ଏ ବାବଦରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ସ୍ପଷ୍ଟ କରିଦିଆ ଯାଇଛି ବୋଲି ସେ କହିଛନ୍ତି। ଦେଶରେ ଏବେ ପଜିଟିଭିଟି ରେଟ୍ ପ୍ରାୟ ୨୧ ପ୍ରତିଶତ ରହିଛି। କରୋନା ସଂକ୍ରମିତଙ୍କୁ ତତ୍କାଳ ଚିହ୍ନଟ ପାଇଁ ଏବେ ଏଣ୍ଟିଜେନ୍ ଟେଷ୍ଟକୁ ଅଧିକ ଗୁରୁତ୍ବ ଦିଆଯାଉଛି ।
ଏବେ ସବୁ ସରକାରୀ ହସ୍ପିଟାଲରେ ଏଣ୍ଟିଜେନ୍ ଟେଷ୍ଟ୍
/sambad/media/post_attachments/wp-content/uploads/2021/05/56464564d56gj456dg4j56dgjdgjdgjdgdgdgdgdgdgdgdgdgdgdgdgdgdgdgdgdgdgdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)