ମୋଦୀଙ୍କ ସହ ସମ୍ପର୍କ ଏବେ ବି ଭଲ : ନୀତିଶ

0

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ନୀତିଶ | କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ନୀତିଶ ଏହାକୁ ଅସ୍ୱୀକାର କରିଛନ୍ତି | ନୀତିଶ କହିଛନ୍ତି ଯେ ଜନତା ଦଳ ୟୁନାଇଟେଡ଼ ବା ଜେଡିୟୁ ଓ ବିଜେପି ମଧ୍ୟରେ କୌଣସି ପ୍ରକାରର ମତଭେଦ ନାହିଁ | ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୂର୍ବରୁ ଯେଭଳି ସମ୍ପର୍କ ଥିଲା ଏବେ ବି ସେଭଳି ସମ୍ପର୍କ ଥିବାର ନୀତିଶ କହିଛନ୍ତି |

ବିରୋଧୀଙ୍କୁ ଟାର୍ଗେଟ କରି ନୀତିଶ କହିଛନ୍ତି ଯେ ନିର୍ବାଚନ ସମୟରେ ବିରୋଧୀ ତାଙ୍କ ବିରୋଧରେ ବହୁତ କିଛି କହିଲେ , ଯାହାକୁ ଜନତା ସଠିକ ଜବାବ ଦେଇଛନ୍ତି | ନୀତିଶ କହିଛନ୍ତି ଯେ ମନ୍ତ୍ରିମଣ୍ଡଳରେ ସାମିଲ ନହେବା ନେଇ କୌଣସି ଭ୍ରମ ସୃଷ୍ଟି କରିବାର ଆବଶ୍ୟକତା ନାହିଁ | ଏହାକୁ ନେଇ କୌଣସି ଅସନ୍ତୋଷ ନଥିବା ନୀତିଶ ସ୍ପଷ୍ଠ କରିଛନ୍ତି | ବିଜେପି ପକ୍ଷରୁ ମନ୍ତ୍ରୀପଦ ନେଇ ବାରମ୍ବାର କୁହାଯାଇଥିଲେ ବି ସେ ନିଜେ ମନା କରିଥିବାର କହିଥିଲେ |

ସମ୍ବନ୍ଧିତ ଖବର